ଗାଡ଼ିରୁ ତଳେ ପଡି ଡ୍ରାଇଭରଙ୍କ ମୃତ୍ୟୁ

0

ଜଳେଶ୍ୱର : ଆକସ୍ମିକ ମୃତ୍ୟୁ । ଗାଡ଼ିରୁ କଦଳୀ ବାହାର କରୁଥିବା ବେଳେ ତଳେ ପଡିଗଲେ ଡ୍ରାଇଭର । ମେଡିକାଲକୁ ନେବା ବେଳକୁ ଚାଲିଯାଇଥିଲା ଜୀବନ । ବାଲେଶ୍ୱର ଜିଲ୍ଲା ୬୦ନମ୍ବର ଜାତୀୟ ରାଜପଥର ରାଜଘାଟ ଟୋଲଗେଟ୍‌ ନିକଟରେ ଘଟିଛି ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ଆନ୍ଧ୍ରରୁ ରାଜଘାଟ ଆସିଥିହା ଏକ କଦଳୀ ବୋଝେଇ ଟ୍ରକଟି ଆସିଥିଲା । ଗାଡ଼ି ଛିଡ଼ା ହୋଇଥିବା ସମୟରେ କଦଳୀ ବାହାର କରୁଥିବା ସମୟରେ ଡ୍ରାଇଭର ଜଣଙ୍କ ମୁହଁ ପୋଛିବା ସମୟରେ ମୁହଁ ଓ ପାଟିରୁ ରକ୍ତ ବାହାରି ତଳେ ପଡିଯାଇଥିଲେ । ସ୍ଥାନୀୟଲୋକ ଏହା ଦେଖି ତୁରନ୍ତ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ବସ୍ତା ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ବସ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

Leave A Reply

Your email address will not be published.