ଗଲୱାନ ଭିଡିଓ ଜାରି କରି ନିଜ ଜାଲରେ ନିଜେ ଫଶିଲା ଚୀନ୍

0

ନୂଆଦିଲ୍ଲ : ପୂର୍ବ ଲଦ୍ଦାଖର ଗଲୱାନ ଘାଟିରେ ଗତବର୍ଷ ଭାରତ ଓ ଚୀନ୍‌ ସୈନିକ ମୁହାଁମୁହିଁ ହୋଇଥିଲେ। ସଂଘର୍ଷରେ ଉଭୟ ପକ୍ଷର ସୈନିକ ହତାହତ ହୋଇଥିଲେ। ଏବେ ଚୀନ୍‌ର ଏକ ଟେଲିଭିଜନ ଚାନେଲ ଗଲୱାନ ଘାଟିରେ ହୋଇଥିବା ସଂଘର୍ଷର ଭିଡିଓ କ୍ଲିପ୍‌ ଜାରି କରିଛି। ୪୫ ସେକେଣ୍ଡର ଏହି କ୍ଲିପ୍‌ରେ ଚୀନ୍‌ ସୈନିକମାନେ ଭାରତୀୟ ସେନା ଉପରକୁ ଟେକାପଥର ଫୋପାଡୁଥିବାର ଦେଖା ଯାଇଛି। ଏହା ଏକ ପ୍ରୋପାଗଣ୍ଡା ଭିଡିଓ ବୋଲି ଜଣାପଡିଛି। ଏହି ଭିଡିଓ ଜାରି ହେବା ପରେ ଚୀନ୍‌ର ଅସଲ ଚେହେରା ଉପରୁ ମୁଖା ଖସିପଡିଛି। ଭିଡିଓରେ ଢେଲା ଫିଙ୍ଗୁଥିବା ସୈନିକ ସ୍ପଷ୍ଟ ଧରାପଡିଯାଇଛନ୍ତି। ଫଳରେ ଚୀନର ମିଛ ଉପରୁ ପର୍ଦ୍ଦା ହଟିଛି। ଭଡିଓରେ ଚୀନ୍‌ ନିଜ ସୈନିକଙ୍କ ବାହାଦୂରୀ ବଖାଣିବାକୁ ଯାଇ ଘଟଣା ବେଳର ବାସ୍ତବତାକୁ ଦେଖାଇ ଦେଇଛି। ଏହି ଭିଡିଓରେ ଏଲଏସିର ଭାରତ ପାର୍ଶ୍ୱ ଜବରଦଖଲ କରି  ଚୀନ୍‌ ସ୍ଥାପନା କରିଥିବା ପୋଷ୍ଟକୁ ଭାରତୀୟ ସେନା ନଷ୍ଟ କରୁଥିବା ଦେଖା ଯାଇଛି। ଚୀନ୍‌ ଚୁପଚାପ ସେନାକୁ ଆଗକୁ ବଢାଇ ଭାରତୀୟ ଭୂମି ଜବରଦଖଲ ଲାଗି ଏପରି କରିଥିଲା। ଯାହାକୁ ପରେ ନିଜ ଦଖଲକୁ ନେଇଥାନ୍ତା। ହେଲେ ଏଥର ଭାରତୀୟ ସେନା ଚୀନ୍‌ର ଚାଲକୁ ଏଠାରେ ବିଫଳ କରୁଥିବା ଦେଖାଯାଇଛି।  ସୈନ୍ୟ ପୋଷ୍ଟକୁ ଭାରତୀୟ ସେନା ହଟାଇ ଦେଇଥିଲେ। ତେବେ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନ ଭଣ୍ଡୁର କରିବା ଲାଗି ଚୀନ୍‌ ସେନା ପାହାଡ ଉପରୁ ପଥର ଫିଙ୍ଗୁଥିବା ଦେଖା ଯାଇଛି। ତେବେ ଭାରତୀୟ ସେନା ଚୀନ୍‌ର କଡା ମୁକାବିଲା କରି ଅବୈଧ ଅତିକ୍ରମଣ ହଟାଇଛନ୍ତି। ଏହି ଭିଡିଓ ରେ ୧୫ ଜୁନ ରାତି ଘଟଣାର କିଛି ଅଂଶ ମଧ୍ୟ ଯୋଡ଼ା ଯାଇଛି। ଏଥିରେ ଭାରତୀୟ ସେନାର ଆକ୍ରମଣରେ ପ୍ରଥମେ ୪ ଚୀନ୍‌ ଜବାନ ପ୍ରାଣ ହରାଇଥିବାର ଅଭିଯୋଗ କରିଥିଲା। ପରେ ସଂଖ୍ୟା ବଢାଇ ୫ କରିଥିଲା। ତେବେ ସେଦିନ ରାତିରେ ଚୀନ୍‌ କରିଥିବା କାଣ୍ଡର ଭାରତୀୟ ସେନା ଉଚିତ ଜବାବ ଦେଇଥିବା ବେଳେ ଏଥିରେ ଅନୁନ୍ୟ ୪୦ରୁ ୪୫ ଚୀନ୍‌ ସେନା ପ୍ରାଣ ହରାଇଥାଇପାରନ୍ତି ବୋଲି ଏବେ ଅନୁମାନ ସ୍ପଷ୍ଟ ହୋଇଛି। ଏହି ସଂଘର୍ଷରେ ୨୦ ଜଣ ଭାରତୀୟ ସୈନିକ ପ୍ରାଣ ହରାଇଥିଲେ। ସେହିପରି ଭାରତୀୟ ସେନା ବିରୋଧରେ ଚୀନ୍‌ ସୈନିକ ଉପଯୋଗ କରିଥିବା ପାରମ୍ପରିକ ହତିଆର ମଧ୍ୟ ଦେଖାଯାଇଛି। ଯାହାକୁ ସେମାନେ କଣ୍ଟା ତାରରେ ତିଆରିଥିଲେ। ଚୀନ୍‌ ସୈନିକମାନେ ଧୋକାରେ କଣ୍ଟାଲଗା ଛଡରେ ପିଟି ଭାରତୀୟ ସୈନିକଙ୍କୁ ହତ୍ୟା କରୁଥିବାର ଏଥିରେ ଦେଖାଯାଇଛି। ଘଟଣା ପ୍ରାୟ ଦୀର୍ଘ ୮ ମାସ କାଳ ଦବି ରହିବା ପରେ ଚୀନ୍‌ ସତ ଉଜାଗର କରିଛି। ଯେଉଁଥିରେ ଚୀନ୍‌ ସୈନିକଙ୍କ ଛଳ, କପଟ ଓ  ସେମାନଙ୍କ ସଠତାକୁ ପ୍ରମାଣିତ କରୁଛି।

Leave A Reply

Your email address will not be published.