ଗାଁ ଭିତରକୁ ଧସେଇ ପଶିଲେ ୨୫ ଟିକିଆ ହାତୀପଲ

0

କେନ୍ଦୁଝର : କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡା ସେକ୍ସନରେ ବଣୁଆ ହାତୀପଲ୍ଲ ଆତଙ୍କ । ଗାଁ ଭିତରେ ଧସେଇ ପଶିଛନ୍ତି ୨୫ ଟିକିଆ ହାତୀପଲ । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ରେଞ୍ଜ ବଡ଼ ଦେଉଳି ଜଙ୍ଗଲରୁ ଶୁକ୍ରବାର ସନ୍ଧ୍ୟାରେ ଦେଓ ନଦୀ ପାର୍ ହୋଇ ଗୋଜିଟାଙ୍ଗିରି ଗ୍ରାମର ଗାହାଣ ସାହିରେ ପଶିଛନ୍ତି । ଗାଁ ନିକଟରେ ହାତୀପଲ୍ଲ ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଥିବା ବେଳେ ହାତୀ ଘଉଡାଇବା ପାଇଁ ବନ ବିଭାଗ ଗାଁ ରେ ପହଞ୍ଚି ହାତୀ ଘଉଡାଇବା ଉଦ୍ୟମ ଜାରି ରଖିଛି । ଗାଁ ନିକଟରେ ହାତୀପଲ ଥିବାରୁ ଗୋଜିଟାଙ୍ଗିରି ଗ୍ରାମର ଗାହାଣ ସାହି ବାଇକଳା ଲୋକେ ଆତଙ୍କିତ ଅଵସ୍ଥାରେ ଅଛନ୍ତି ।

Leave A Reply

Your email address will not be published.