ଗାଁ ମୁଣ୍ଡ ରାସ୍ତା କଡ଼ରୁ ମିଳିଲା ଯୁବକଙ୍କ ରକ୍ତାକ୍ତ ମୃତଦେହ

0

ବରଗଡ଼: ଗାଁ ମୁଣ୍ଡ ରାସ୍ତା କଡ଼ରୁ ମିଳିଲା ଯୁବକଙ୍କ ରକ୍ତାକ୍ତ ମୃତଦେହ । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ବରଗଡ଼ ଟାଉନ୍‌ ଥାନା କୁରୁଆଁ ଗାଁରେ ଘଟିଛି ଘଟଣା । ଟାଉନ୍‌ ଥାନା ପୋଲିସର ଛାନ୍‌ଭିନ୍‌ ଜାରି ।ଖବର ଅନୁଯାୟୀ, କୁରୁଆଁ ଗାଁ ମୁଣ୍ଡରେ ଜଣେ ଯୁବକଙ୍କ ମୃତଦେହ ପଡିଥିଲା । ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ।  ମୃତଦେହ ନିକଟରୁ ଏକ ମୋଟର ସାଇକେଲ ଜବତ ହୋଇଛି ।

ତେବେ ଯୁବକଙ୍କ ମୃତଦେହ ଏଠାକୁ ଆସିଲା କିପରି । କିଏ ତାଙ୍କୁ ହତ୍ୟା କରିଛି , ନା ଆଉ କିଛି ଅଘଟଣ ଘଟିଛି । ସେନେଇ ତନାଘନା ଜାରି ରଖିଛି ପୋଲିସ । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ ସହଯୋଗ ନିଆଯାଇପାରେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.