ଗନ୍ଧମାର୍ଦ୍ଦନ ପାଦଦେଶରେ ହାତୀ ଆତଙ୍କ

0

ପଦ୍ମପୁର, :  ବରଗଡ ଜିଲ୍ଲା  ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ହାତୀ ଆତଙ୍କ ।  ବିଭିନ୍ନ ଗ୍ରାମରେ ଗତ ପାଞ୍ଚଦିନ ହେଲା ଦୁଇଟି ବଣୁଆ ହାତୀ ଆତଙ୍କ ଖେଲାଉଥିବା ଦେଖିବାକୁ ମିଳିଛି।ଏହି ଦୁଇ ବଣୁଆ ହାତୀ ଆଖପାଖ ଗାଁକୁ ପଶି ଲୋକଙ୍କ ଘରଦ୍ୱାର ଭାଙ୍ଗି ଦେବା ସହ ଧାନ,ଚାଉଳ ତଥା ଆସବାବ ପତ୍ର ନଷ୍ଟ କରି ଦେଉଛନ୍ତି ।ରବିବାର ରାତିରେ ରଣଜିତପୁର ଗ୍ରାମରେ ପଶି ଲୋକଙ୍କ ଘର ଭାଙ୍ଗି ଧାନ ନଷ୍ଟ କରିଛନ୍ତି ।  ଅଞ୍ଚଳରେ କମ ବର୍ଷା ଯୋଗୁଁ ମରୁଡି ସ୍ଥିତି ଦେଖା ଦେଲାଣି, ତଥାପି ଯେଉଁଠି ଧାନ ଚାଷ  କିଛି ହୋଇଛି ସେ ଫସଲକୁ ଦଳି ଚକଟି ନଷ୍ଟ କରି ଦେଉଛନ୍ତି ହାତୀ ।ଏପରିକି ପନିପରିବା ଚାଷ କଦଳୀ ଚାଷ ମଧ୍ୟ ନଷ୍ଟ କରୁଛନ୍ତି । ରାତି ସମୟରେ ହାତୀ ମାନେ ଜନବସତି ଆଡକୁ ମାଡି ଆସୁଛନ୍ତି ଯାହାଫଳରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ରହିଛି । ଦୀର୍ଘ ଦିନ ହେବ ବଣୁଆ ହାତୀ ଅଞ୍ଚଳରେ ରହି ଆତଙ୍କ ଖେଲାଉଥିଲେ ମଧ୍ୟ ବନ ବିଭାଗ କୌଣସି ପ୍ରକାର ପଦକ୍ଷେପ ନେଉ ନ ଥିବା ଲୋକେ ଅଭିଯୋଗ କରିଛନ୍ତି । ହାତୀ ଘଉଡ଼ାଇବା ପାଇଁ ମଧ୍ୟ ବନ ବିଭାଗ ସକ୍ଷମ ହେଉନଥିବା ଦେଖିବାକୁ ମିଳିଛି  ।

Leave A Reply

Your email address will not be published.