ଗଞ୍ଜାମ : ଜଳୁଛି ଉତ୍ତର ଘୁମୁସର ବନଖଣ୍ଡ……

0

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ୭୨୨ ପଏଣ୍ଟ ଜଙ୍ଗଲରେ ଅଧିକାଂଶ ସ୍ଥାନରେ ନିଆଁ ଲାଗିଛି। ନିଆଁର ଆଁ ଭିତରେ ରହିଛି ମୁଜାଗଡ଼, ଢୋଲପିଟା, ତାରାସିଂଙ୍ଗ, ଜଗନ୍ନାଥ ପ୍ରସାଦ ରେଞ୍ଜ। ନିଆଁ ଲାଗିବା ଫଳରେ ବନ୍ୟ ଜନ୍ତୁଙ୍କ ଜୀବନ ବିପଦରେ ଥିବା ବେଳେ ସେମାନେ ଏବେ ପ୍ରାଣ ବିକଳରେ ଗାଁ ମୁହାଁ ହେଲେଣି। ଅପର ପକ୍ଷରେ ଜନବସତି ଆଡକୁ ବନ୍ୟଜନ୍ତୁମାନେ ଚାଲି ଆସୁଥିବାରୁ ସ୍ଥାନୀୟ ଲୋକମାନେ ମଧ୍ୟ ଭୟଭୀତ ଅବସ୍ଥାରେ ଅଛନ୍ତି। ଅପର ପକ୍ଷରେ ନିଆଁ ଲିଭାଇବାକୁ ଅସକ୍ଷମ ହୋଇଛି ବନ ବିଭାଗ।

ଏବେ ପତ୍ର ଝଡା ଦେଇଥିବା ବେଳେ କେହି ଦୁର୍ବୃତ୍ତ ଜଙ୍ଗଲରେ ନିଆଁ ଲଗାଇ ଦେଉଥିବା ଅନୁମାନ କରାଯାଉଛି। ତେବେ ଉତ୍ତର ଘୁମୁସର ଡିଏଫଓଙ୍କ କହିବା ମୁତାବକ ସମସ୍ତ ବନ କର୍ମଚାରୀ ନିଆଁ ଲିଭା କାର୍ଯ୍ୟରେ ଲାଗିପଡିଛନ୍ତି, ହେଲେ ନିଆଁ ଲିଭି ପାରୁନାହିଁ, ଫଳରେ ଜଙ୍ଗଲ ଧୂଆଁରେ ଲୋକ ଅଣନିଶ୍ୱାସୀ ହୋଇଗଲେଣି। ତେବେ ଏପରି ସ୍ଥିତି ଆଉ କେତେଦିନ ରହିବ ତାହା ଡିଏଫଓ କହିପାରୁନାହାନ୍ତି l ନିଆଁ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ବର୍ଷାକୁ ଚାହିଁ ରହିଛନ୍ତି l ସେପଟେ ବନ୍ୟଜନ୍ତୁ ଗାଁ ମୁହାଁ ହେଲେଣି। ଏଭଳି ସ୍ଥିତିରେ ଉଭୟ ବନ୍ୟଜନ୍ତୁ ଓ ସ୍ଥାନୀୟ ଲୋକମାନଙ୍କ ସୁରକ୍ଷା ବନ ବିବାଗ ପାଇଁ ଏକ ବଡ ଚ୍ୟାଲେଞ୍ଜ ପାଲଟିଛି।

Leave A Reply

Your email address will not be published.