ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ କରୋନା କଟକଣା କଡାକଡି । ଗୁରୁବାରଠାରୁ ଜିଲ୍ଲାରେ କଟକଣା କଡାକଡି କରାଯିବ । ଏହାସହ ଅମାନିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଜିଲ୍ଲାରେ ପ୍ରଥମ ଥର ପାଇଁ ଅ।ସିକା ଥାନା ଅଞ୍ଚଳର ରୁଷିକୁଲ୍ୟା ନଦୀର ଚାରିପାଖରେ ଥିବା ପାଞ୍ଚ ଖଣ୍ଡ ଗାଁରେ ୧୪୪ ଧାରା ଲାଗୁ କରାଯାଇଛି । ଅ।ସନ୍ତା ୯ ତାରିଖ ଦିନ ମହା ବାରୁଣି ସ୍ନାନ ବା ବୁଡ ରହିଥିବା ବେଳେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିବାର ଅ।ଶଙ୍କା ରହିଛି । ତେଣୁ ଏଠାରେ ୧୪୪ ଧାରା ଲାଗୁ ହୋଇଛି ।
ପଢାଳ, ରଘୁନାଥପୁର, ବିଜୁ ପଟ୍ଟନାୟକ ଛକ, ପୁଡୁକେଶ୍ଵରପଲ୍ଲି, କାଳଷଣ୍ଢପୁର ଓ ବରଗାଁରେ ଏହି ନିୟମ ବଳ ବତ୍ତର ରହିବ । ଏନେଇ ଅ।ସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।