ଗାଁରେ ବାଦଲ ଫଟା ବର୍ଷା ସୃଷ୍ଟି କରିଛି ଭୟଙ୍କର ସ୍ଥିତି

0

ନୂଆଦିଲ୍ଲୀ,: ଜମ୍ମୁ-କଶ୍ମୀରର ହୋଜର ଡଚ୍ଚନ (ଅନନ୍ତତାଲ୍ଲାହ) ଗାଁରେ ବାଦଲ ଫଟା ବର୍ଷା ସୃଷ୍ଟି କରିଛି ଭୟଙ୍କର ସ୍ଥିତି। ଏହି କାରଣରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ହୋଇଛନ୍ତି ଆହତ। ଉଦ୍ଧାର କାର୍ଯ୍ୟରେ ପୋଲିସ, ସେନା ଓ ଉଦ୍ଧାକାରୀ ଦଳ ପହଁଞ୍ଚିଛନ୍ତି। ନିଖୋଜ ଲୋକଙ୍କର ସନ୍ଧାନ କରାଯାଉଛି। ଉଦ୍ଧାରକାରୀ ଦଳ ୧୨ ଜଣ ଆହତଙ୍କୁ ରକ୍ଷା କରିଛନ୍ତି। ଆରମ୍ଭରୁ ୪ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ପରେ ଅନ୍ୟ ଦୁଇଜଣଙ୍କର ମୃତଦେହ ମିଳିବା ପରେ ମୃତକଙ୍କ ସଂଖ୍ୟା ବଢିକି ୬ ହୋଇଯାଇଛି। ଏହା ପୂର୍ବରୁ ଜମ୍ମୁ-କଶ୍ମୀରର ଡେପୁଟି କମିଶନର କହିଛନ୍ତି, ହୋଜର ଗାଁରେ ବାଦଲ ଫାଟିବା କାରଣରୁ ୮-୯ ଟି ଘର କ୍ଷତିଗ୍ରସ୍ତ ହୋଇଛି।

 

କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଟୁଇଟ୍ କରି ସୂଚନା ଦେଇଛନ୍ତି ଯେ, ସେନା ଓ ଏସଡିଆରଏଫ୍ର ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ୩୦-୪୦ ଜଣ ଏବେ ବି ନିଖୋଜ ଅଛନ୍ତି। ଆହତଙ୍କୁ ଏୟାରଲିଫ୍ଟ କରିବାର ଦରକାର ପଡିବା ଯୋଗୁଁ ଆଇଏଏଫ୍‌ ସହିତ ଯୋଗାଯୋଗ କରାଯାଇଛି। ଏହି ମାମଳାରେ ନୌସେନାଠାରୁ ମଧ୍ୟ ସାହାଯ୍ୟ ନିଆଯିବ।

Leave A Reply

Your email address will not be published.