ଗରିବ ପରିବାରକୁ ଟାର୍ଗେଟ୍ କରୁଛନ୍ତି ଦଲାଲ

0

ରାଉରକେଲା:ଷ୍ଟିଲ୍ ସିଟି ରାଉରକେଲାରେ ଶିଶୁ ବିକ୍ରି ରାକେଟ ସକ୍ରିୟ । ଲକ୍ଷ ଲକ୍ଷ ଟଙ୍କାର ପ୍ରଲୋଭନ ଦେଖାଇ ଗରିବ ପରିବାରର ଶିଶୁ ମାନଙ୍କୁ ଟାର୍ଗେଟ କରୁଛନ୍ତି ଦଲାଲ । ଏନେଇ ଆଜି ପ୍ଲାଣ୍ଟ ସାଇଡ ପୋଲିସ ୮ ଜଣଙ୍କ ନାଁରେ ମାମଲା ରୁଜୁ କରିବା ସହ ୭ ଜଣଙ୍କୁ ଗିରଫ କରିଛି । ସଙ୍ଗୀତା ଅଗ୍ରୱାଲ, ନୀତା ଅଗ୍ରୱାଲଙ୍କ ସହ ୫ଜଣ ମହିଳାଙ୍କ ସମେତ ୨ ପୁରୁଷଙ୍କୁ ଗିରଫ କରାଯାଇଛି ।

ଦଲାଲ ସଙ୍ଗୀତା ଅଗ୍ରୱାଲ ଓ ନୀତା ଅଗ୍ରୱାଲ ନାମକ ୨ ମହିଳା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳର ସୀମା ଖୁଣ୍ଟିଆଙ୍କ ଦେଢ଼ ବର୍ଷର ନାତୁଣୀଙ୍କୁ ୩ ଲକ୍ଷ ଟଙ୍କାରେ କିଣିବାକୁ ଚୁକ୍ତି କରିଥିଲେ । ଚୁକ୍ତି ମୁତାବକ ଗତ ୨୪ ତାରିଖ ରାତି ପ୍ରାୟ ୮ଟା ରେ ସୀମା ଖୁଣ୍ଟିଆ ତାଙ୍କ ନାତୁଣୀକୁ ଧରି ଏମାନଙ୍କ ନିକଟରେ ପହଞ୍ଚିଥିଲେ । ତେବେ ଘଟଣାସ୍ଥଳରେ ଉଭୟ ମହିଳା ଦଲାଲ ସଂଗୀତା ଅଗ୍ରୱାଲ କି ନୀତା ଅଗ୍ରୱାଲ ଉପସ୍ଥିତ ନଥିଲେ । ଶିଶୁବିକ୍ରି ରାକେଟର ଅନ୍ୟ ଦଲାଲ ଆସିଥିଲେ । ଦଲାଲ ମାନେ ସୀମା ଖୁଣ୍ଟିଆଙ୍କ ଠାରୁ ଶିଶୁ କନ୍ୟାକୁ ନେଇ ଯାଇଥିଲେ , କିନ୍ତୁ ଟଙ୍କା ଦେଇନଥିଲେ । ଯାହାକୁ ନେଇ ସୀମା ଖୁଣ୍ଟିଆ ପ୍ଲାଣ୍ଟ ସାଇଡ ଥାନାରେ ଅଭିଯୋଗ କରଥିଲେ ।

ଅଭିଯୋଗକୁ ଭିତ୍ତି କରି ପୋଲିସ ୭ଜଣ ଦଲାଲଙ୍କୁ ଗିରଫ କରିବା ସହ ଶିଶୁକନ୍ୟାଙ୍କୁ ଉଦ୍ଧାର କରିଛି । ଆଉ ଜଣେ ଦଲାଲ ଫେରାର ଅଛି । ଗିରଫ ୭ଜଣ ଦଲାଲ ପୁର୍ବରୁ ପିଲା ଚୋରି ଘଟଣାରେ ଗିରଫ ହୋଇ ଜେଲ ଯାଇ ଜାମିନରେ ଆସିଥିବା ପୋଲିସ ସୂଚନା ଦେଇଛି ।

Leave A Reply

Your email address will not be published.