ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୪୦୮ ଜଣ କରୋନା ପଜିଟିଭ ଚିହ୍ନଟ

0

ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୯୩ ଜଣ, ବାଲେଶ୍ୱରରୁ ୨୫୧ ଜଣ, ବରଗଡ଼ରୁ ୨୪ ଜଣ, ଭଦ୍ରକରୁ ୧୬୯ ଜଣ, ବଲାଙ୍ଗୀରରୁ ୨୨ ଜଣ, ବୌଦ୍ଧରୁ ୨୮ ଜଣ, ଦେବଗଡ଼ରୁ ୪ ଜଣ, ଢେଙ୍କାନାଳରୁ ୭୩ ଜଣ, ଗଜପତିରୁ ୧୪ ଜଣ, ଗଞ୍ଜାମରୁ ୧୭ ଜଣ, ଜଗତସିଂହପୁରରୁ ୧୦୩ ଜଣ, ଯାଜପୁରରୁ ୨୫୮ ଜଣ, ଝାରସୁଗୁଡ଼ାରୁ ୧୯ ଜଣ, କଳାହାଣ୍ଡିରୁ ୧୫ ଜଣ, କନ୍ଧମାଳରୁ ୧୯ ଜଣ, କେନ୍ଦ୍ରାପଡ଼ାରୁ ୧୧୦ ଜଣ, କେନ୍ଦୁଝରରୁ ୭୦ ଜଣ, କୋରାପୁଟରୁ ୭୬ ଜଣ, ମାଲକାନଗିରିରୁ ୭୩ ଜଣ, ମୟୁରଭଞ୍ଜରୁ ୧୫୮ ଜଣ, ନବରଙ୍ଗପୁରରୁ ୪୩ ଜଣ, ନୟାଗଡ଼ରୁ ୧୬୦ ଜଣ, ନୂଆପଡ଼ାରୁ ୬ ଜଣ, ପୁରୀରୁ ୨୧୫ ଜଣ, ରାୟଗଡ଼ାରୁ ୭୭ ଜଣ, ସମ୍ୱଲପୁରରୁ ୨୮ ଜଣ, ସୋନପୁରରୁ ୧୬, ସୁନ୍ଦରଗଡ଼ରୁ ୩୭ ଓ ଷ୍ଟେଟ ପୁଲରୁ ୯୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଗତବର୍ଷଠାରୁ ଆଜି ସୁଦ୍ଧା ରାଜ୍ୟରେ ୯,୦୦,୪୭୦ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୮୬୩୮୨୪ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୩୨୭୦୬ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ଗତ ୨୪ ଘଣ୍ଟାରେ ୩୬୮୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.