ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ୧.୫୨ ଲକ୍ଷରୁ ଅଧିକ ନୂଆ ମାମଲା

0

ନୂଆଦିଲ୍ଲୀ : କରୋନା ମହାମାରୀ ବିଶାଳ ରୂପ ନେଉଛି । ପ୍ରତିଦିନ ନୂଆ ମାମଲା ସାମ୍ନାକୁ ଆସୁଛି । ନୂଆ ମାମଲା ସଂଖ୍ୟା ଧିରେ ଧିରେ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟରେ ପୁଣି କରୋନାର ନୂଆ ମାମଲା ସମସ୍ତେ ରେକର୍ଡ ଭାଙ୍ଗି ଦେଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି ଆକଳନ ଅନୁସାରେ ଗତ ୨୪ ଘଣ୍ଟାରେ ୧,୫୨,୮୭୯ ନୂଆ କରୋନା କେସ୍ ସାମ୍ନାକୁ ଆସିଛି । ଯାହାକି କରୋନା ମହାମାରୀ ଆରମ୍ଭରୁ ଏପର୍ଯ୍ୟନ୍ତ ସବୁଠାରୁ ବଡ ସଂଖ୍ୟା । ଦେଶରେ ସଂକ୍ରମିତ ହୋଇସାରିଥିବା ଲୋକଙ୍କ ସଂଖ୍ୟା କଥା କହିବା ତ ଏବେ ଏହା ୧,୩୩,୫୮,୮୦୫ରେ ପହଞ୍ଚି ସାରିଛି ।

ଗତ ୨୪ ଘଣ୍ଟାର ଅବସ୍ଥା
୨୪ ଘଣ୍ଟାରେ ଆସିଥିବା କେସ୍- ୧,୫୨,୮୭୯
୨୪ ଘଣ୍ଟାରେ ସମୁଦାୟ ମୃତ୍ୟୁ- ୮୩୯
ଦେଶରେ ଆକ୍ଟିଭ୍ କେସ୍- ୧୧,୦୮,୦୮୭

ଗତ ସପ୍ତାହ କଥା କହିବା ତ ସୋମବାରରୁ ଏପର୍ଯ୍ୟନ୍ତ ପ୍ରାୟ ୬ ଲକ୍ଷ ନୂଆ ମାମଲା ଦେଖାଦେଇଛି । ଲଗାତର ବଢୁଥିବା ସଂଖ୍ୟା ସହିତ ଦେଶରେ ସମୁଦାୟ କେସ୍ ସଂଖ୍ୟା ୧.୩୩ କୋଟି ପାର୍ ହୋଇଛି ।

Leave A Reply

Your email address will not be published.