କେନ୍ଦ୍ରାପଡା, ଗତ କାଲି ଠାରୁ ନିଖୋଜ ଥିବା ମହିଳାଙ୍କ ମୃତଦେହ ନଦୀରୁ ଉଦ୍ଧାର କରାଯାଇଛି। ମୃତ ମହିଳା ଜଣକ ହେଲେ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଡଅରମୁଣ୍ଡ ଗ୍ରାମର ଅନୁସୟା ନାୟକ।
କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଡଅରମୁଣ୍ଡ ଗ୍ରାମର ଅନୁସୟା ନାୟକ ଗତ କାଲି ମଧ୍ୟାହ୍ନରେ ଗୋବରୀ ନଦୀକୁ ବାସନ ମାଜିବାକୁ ଯାଇଥିଲେ । ହଠାତ୍ ନଦୀରେ ନିଖୋଜ ହୋଇ ଯାଇଥିଲେ।ଘର ଲୋକ ଘର ବହୁତ ଖୋଜାଖୋଜି କରିଥିଲେ । କିନ୍ତୁ ନିଖୋଜ ଥିବା ମହିଳା ମିଳିନଥିଲେ। ଆଜି ସକାଳୁ ନଦୀରେ ଏକ ଲୁଗା ଭାସିବାର ଦେଖିଥିଲେ । ସମ୍ପର୍କୀୟ ଭାଇ,ସଙ୍ଗେ ସଙ୍ଗେ ନଦୀରୁ ମହିଳାଙ୍କୁ ଉଦ୍ଧାର କରି ଉପରକୁ ଆଣି ଥିଲେ। କିନ୍ତୁ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା। ଘଟଣା ସ୍ଥଳରେ ମାର୍ଶାଘାଇ ପୋଲିସ ପହଁଞ୍ଚି ଶବ ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।