ନୂଆଦିଲ୍ଲୀ : ଗତ କିଛି ବର୍ଷ ହେଲା ଦେଶ ଓ ଦୁନିଆରେ ସାମୁଦ୍ରିକ ବାତ୍ୟା ବାରମ୍ବାର ଆସୁଛି। ନିକଟ ଅତୀତରେ ଆସିଥିବା ସୁପରସାଇକ୍ଲୋନ ତୌକତେ ଓ ୟାସ୍ ଭାରତ ଉପକୂଳରେ ବ୍ୟାପକ କ୍ଷୟକ୍ଷତି କରିଛି। ତେବେ ଭାରତ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ମନ୍ତ୍ରାଳୟ ପ୍ରଥମ ଥର ବାରମ୍ବାର ଆସୁଥିବା ସାମୁଦ୍ରିକ ବାତ୍ୟାର ଅସଲ କାରଣ ସମ୍ପର୍କରେ ସୂଚିତ କରିଛନ୍ତି। ବୈଜ୍ଞାନିକଙ୍କ ଗବେଷଣାରୁ ଗତ ୪ ଦଶକ ଧରି ଉତ୍ତର ହୀନ୍ଦ ମହାସାଗର କ୍ଷେତ୍ରରେ ବିପଦଜନକ ବାତ୍ୟାର ପ୍ରକୋପ ଯୋଗୁ ଏପରି ପରିସ୍ଥିତି ଉପୁଜୁଥିବା ସୂଚିତ କରିଛନ୍ତି। ଏଥିଲାଗି ଗ୍ଲୋବାଲ ୱାର୍ମିଂ ଓ ଜଳବାୟୁ ପରିବର୍ତ୍ତନ ମୁଖ୍ୟ କାରଣ ବୋଲି ବୈଜ୍ଞାନିକ ମାନେ କହିଛନ୍ତି। ତେବେ ଏଭଳି ବାତ୍ୟା ଯୋଗୁ ଉପକୂଳବର୍ତ୍ତି ଅଞ୍ଚଳ ଏବେ ଲୋକଙ୍କ ଲାଗି ବିପଦପୂର୍ଣ୍ଣ ବୋଲି ସୂଚିତ କରିଛନ୍ତି। ଆଇଆଇଟି ଖଡ଼ଗପୁର, ଓସନ ଇଞ୍ଜିନିୟରିଂ ଓ ନାଭାଲ ଆର୍କିଟେକ୍ଚର ବିଭାଗର ବୈଜ୍ଞାନିକ ଜିଆ ଆଲବର୍ଟ, ଅଥିରା କୃଷ୍ଣନ ଓ ପ୍ରସାଦ ଭାସ୍କରନଙ୍କ ସହ ଭିଆଇଆଇଟି ୟୁନିବର୍ସିଟି ଭେଲୋରର ସେଣ୍ଟର ଫର ଡିଜାଷ୍ଟର ମିଟିଗେସନ ଏଣ୍ଡ ମ୍ୟାନେଜମେଣ୍ଟଙ୍କ କେ.ଏନ. ସିଂ ଏହା ଉପରେ ମିଳିତ ଅଧ୍ୟୟନ କରିଥିଲେ। କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗର କ୍ଲାଇମେଟ୍ ଚେଞ୍ଜ ପ୍ରୋଗ୍ରାମରେ କରାଯାଇଥିବା ଗବେଷଣାରେ କ୍ରିଟିକାଲ ଏଟମସଫେରିକ୍ ପାରାମିଟର୍ସର ଭୂମିକା ଉପରେ ମଧ୍ୟ ଅଧ୍ୟୟନ କରାଯାଇଥିଲା। ଏଥିରେ ଉତ୍ତର ହୀନ୍ଦ ମହାସାଗର କ୍ଷେତ୍ରରେ ଦକ୍ଷିଣ ଏଲ-ନିନୋର ପ୍ରଭାବ ମଧ୍ୟ ଦେଖା ଯାଇଥିଲା। ଯେଉଁଥିରୁ ଉଷ୍ଣ କଟିବନ୍ଧିୟ ଝଡସହ ଏହାର ଗଭୀର ସମ୍ପର୍କ ରହୁଥିବା ଜଣାପଡିଛି। ଯାହାକୁ ସେମାନେ ପାୱାର ଡିସପେନସନ୍ ଇଣ୍ଡେକ୍ସ ଭାବେ ନାମିତ କରିଛନ୍ତି। ଏଥିରେ ପ୍ରାକ୍ ମୌସୁମୀକାଳରେ ବାତ୍ୟା ଭଳି ପରିସ୍ଥିତି ବଢୁଥିବା ଦେଖା ଯାଇଛି। ୨୦୦୦ ମସିହା ପରଠାରୁ ଉଭୟ ବଙ୍ଗୋପସାଗର ଓ ଆରବ ମହାସାଗରରେ ଏହାର ପ୍ରଭାବ ଦେଖାଯାଇଥିବା ବେଳେ ବାରମ୍ବାର ବାତ୍ୟା ଯୋଗୁ ଉପକୂଳ ଅଞ୍ଚଳ ବ୍ୟାପକ ପ୍ରଭାବିତ ହେଉଥିବା ଦେଖା ଯାଇଛି। ଏହି ବୈଜ୍ଞାନିକ ଗବେଷଣରୁ ଲବ୍ଧ ତଥ୍ୟକୁ ବୈଜ୍ଞାନିକମାନେ ରିପୋର୍ଟ ଆକାରରେ ଉପସ୍ଥାପିତ କରିଥିବା ବେଳେ ଏହା କ୍ଲାଇମେଟ୍ ଡାୟନାମିକ୍ସ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି।
ତାଜା ଖବର
- ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଗରମ କରିବ ଛଟପଟ
- ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୩ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ
- ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ
- ଫାଶୀ ଲଗାଇ ଆତ୍ମହତ୍ୟା କଲା ମହିଳା
- ଭଦ୍ରକ ଜିଲ୍ଲାକୁ ତୁରନ୍ତ ମରୁଡି ଘୋଷଣା କରିବାକୁୁ ଦାବି କଲା ବିଜେପି
- ରାଜ୍ୟରେ ସୁସ୍ଥ ହେଲେ ଆଉ ୭୬୩ କରୋନା ଆକ୍ରାନ୍ତ
- ବର ୯୦ କୁ କନ୍ୟା ୭୫
- ରାଜ୍ୟର ୬ଟି ଜିଲ୍ଲାରେ ପ୍ରବଳ ବର୍ଷା
- ୬୦ ଟଙ୍କା ପାଇଁ ବନ୍ଧୁଙ୍କୁ ପଥରରେ ଛେଚି ହତ୍ୟା
- ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା