ଜର୍ମାନୀ , ଫ୍ରାନ୍ସ, ଇଟାଲୀରେ ଏଷ୍ଟ୍ରାଜେନେକାର କରୋନା ଭାକ୍‌ସିନ୍ ବ୍ୟବହାରରେ ରୋକ୍‌

0

ବର୍ଲିନ୍ : ଏଷ୍ଟ୍ରାଜେନେକାର କରୋନା ଭାକସିନ୍‌କୁ ନେଇ ବିବାଦ ଥମିବାର ନାଁ ହିଁ ନେଉନାହିଁ। ଡେନମାର୍କ ଓ ଅଷ୍ଟ୍ରିଆ ପରେ ବ୍ଲଡ୍‌ କ୍ଲଟିଂର ଅଭିଯୋଗ ନେଇ ଏବେ ଜର୍ମାନୀ, ଫ୍ରାନ୍ସ, ଇଟାଲୀ ଓ ସ୍ପେନ୍ ମଧ୍ୟ ଅକ୍ସିଫୋର୍ଡ-ଏଷ୍ଟ୍ରାଜେନେକାର କୋଭିଡ୍-୧୯ ଭାକ୍‌ସିନର ବ୍ୟବହାର ଉପରେ ଅସ୍ଥାୟୀ ରୋକ୍ ଲଗାଇଛନ୍ତି । ଇଟାଲୀର ଔଷଧ  ନିୟନ୍ତ୍ରକ ସୋମବାର (୧୫ ମାର୍ଚ୍ଚ)ରେ ମଧ୍ୟ ଏଷ୍ଟ୍ରାଜେନିକାର କୋଭିଡ୍‌-୧୯ ଭାକ୍‌ସିନ୍ ବ୍ୟବହାର ଉପରେ ରୋକ୍‌ ଲଗାଇଛି । ସେ କହିଛି  ଏହି ଭାକସିନ୍‌ର ଡୋଜ୍‌ ନେବା ପରେ ବ୍ଲଡ୍‌ର କ୍ଲଟିଂ ସମସ୍ୟା ଦେଖାଦେଉଛି।

ହେଲେ, ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ WHO ଏହି ଏଷ୍ଟ୍ରାଜେନେକା କରୋନା ଭାକ୍‌ସିନ୍‌କୁ ପୂରା ସୁରକ୍ଷିତ ବୋଲି ଦର୍ଶାଇଛି । ଡବ୍ଲୁଏଚ୍‌ଓ ଏଷ୍ଟ୍ରାଜେନେକାର କରୋନା ଭାକ୍‌ସିନ୍ ବ୍ୟାନ୍‌ କରାଯିବାକୁ ନେଇ କହିଥିଲା  ଆମେ ବଲ୍ଡ୍ କ୍ଲଟିଙ୍ଗ୍‌ ମାମଲାର ଯାଞ୍ଚ କରୁଛୁ । କିନ୍ତୁ ଏହି ଭାକ୍‌ସିନ୍‌ରେ ଲୋକଙ୍କର କୌଣସି ସମସ୍ୟା ହେବନାହିଁ । ଏହା ପୂରା ସୁରକ୍ଷିତ। ଏଣୁ ଦେଶରେ ଏହାର ବ୍ୟବହାର ନେଇ ବ୍ୟାନ୍‌ ଲଗେଇବା ଉଚିତ୍‌ ନୁହେଁ ।

Leave A Reply

Your email address will not be published.