ଘର ଭାଙ୍ଗି ଧାନ ଚାଉଳ ଖାଇଗଲେ ହାତୀପଲ

0

ତେଲକୋଇ,: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ଅଧିନ ଦୋବଲାପାଳ ଗାଁରେ ତିନି ଟିକିଆ ହାତୀପଲଙ୍କ ଉପଦ୍ରବ । ତିନି ଜଣଙ୍କ ଘରକୁ ଭାଙ୍ଗି ଧାନ ଚାଉଳ ଖାଇଗଲେ ହାତୀପଲ ।ଗାଁ ପାଖ ହନୁମନ୍ତିଆ ପାହାଡରେ ହାତୀପଲ ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।

ସୂଚନାନୁସାରେ, ଶନିବାର ବିଳମ୍ବିତ ରାତିରେ ଗାଁରେ ପଶି ନାୟକ ସାହିର ଚାର ନାୟକ,ଶିବ ନାୟ, ବୁଧୁ ମୁଣ୍ଡାଙ୍କ ଘର ଭାଙ୍ଗି ଧାନଚାଉଳ ଖାଇ ଦେଇଛନ୍ତି ।ହାତୀ ଘର ଭାଙ୍ଗୁଥିଲେ ମଧ୍ୟ ଚାରୁ ଭୟରେ ଘରୁ ବାହାରି ନଥିଲେ ।ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଚାରୁ ନାୟକଙ୍କୁ ଘରୁ ବାହାର କରିଥିଲେ ।ସେପଟେ ଶିବ ନାୟକ ଓ ବୁଧୁ ମୁଣ୍ଡାଙ୍କ ଘର ମଧ୍ୟ ଭାଙ୍ଗି ୨୦ ବସ୍ତା ଧାନ ଚାଉଳ ଖାଇ ଦେଇଛନ୍ତି ।ଏପରିକି ଲୋକେ କ୍ଷତି ପୁରଣ କଥା କହିଲେ ତୁମେ କାହିଁକି ଘରେ ଶୋଉଛ ବୋଲି ଓଲଟା ପ୍ରଶ୍ନ କରୁଛନ୍ତି ବନବିଭାଗ କର୍ମଚାରୀ ବୋଲି  ଅଭିଯୋଗ ହୋଇଛି ।

ବନବିଭାଗ କର୍ମଚାରୀଙ୍କ ଏଭଳି ଆଚରଣ ଲୋକଙ୍କୁ ଅଡ଼ୁଆରେ ପକାଇଛି ।ବନବିଭାଗ ଯଦି ଏଭଳି ମନ୍ତବ୍ୟ ଦେବ କହିବେ କାହାକୁ ଶୁଣିବ କିଏ ।ତେବେ ବିଭିନ୍ନ ସମୟରେ ହାତୀ ଘର ଭାଙ୍ଗିବା ସହ ଧନଜୀବନ ନଷ୍ଟ କରୁଥିଲେ ମଧ୍ୟ ହାତୀ ଦାଉରୁ ଲୋକଙ୍କ ଧନଜୀବନ ରକ୍ଷା କରିବାରେ ତେଲକୋଇ ବନବିଭାଗ ବିଫଳ ହୋଇଥିବା ଅଭିଯୋଗ ହେଉଛି।

Leave A Reply

Your email address will not be published.