ଘର ଭାଙ୍ଗିବା ସହ ସାଇକେଲ କଚାଡି ଭାଙ୍ଗିଲା ହାତୀ

0

ନୀଳଗିରି ; ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ଔପଦା ବ୍ଲକ ଶ୍ୟାମ ସୁନ୍ଦରପୁର ପଞ୍ଚାୟତସ୍ଥିତ ଦ୍ଵାରିକା ନିକଟ ଗୋଡିଖୁଳା ଗ୍ରାମରେ ହାତୀ ଉପଦ୍ରବ ଦେଖାଯାଇଛି। ପ୍ରତିଦିନ ରାତିରେ ହାତୀ ଉପଦ୍ରବରେ ଏହି ଅଂଚଳରେ ଆତଙ୍କ ଖେଳିଯାଉଛି। ହାତୀର ଉପଦ୍ରବ ରୋକିବା ପାଇଁ ପ୍ରଶାସନ ତରଫରୁ ଟ୍ରେନଜ କରାଯାଇଥିଲେ, ବି ତାହା ସୁଫଳ ମିଳିପାରିନାହିଁ।

ସୋମବାର ରାତିରେ ହାତୀ ଘର ଭାଙ୍ଗିବା ସହ ସାଇକେଲ କଚାଡି ଫୋପାଡି ଦେଇଛି। ଏହି ଅଂଚଳର ପୂର୍ଣ୍ଣ ଚନ୍ଦ୍ର ସିଂ ଯିଏକି ଜଣେ ପକ୍ଷପାତ ରୋଗ ରେ ଦୀର୍ଘ ୨୩ବର୍ଷ ହେଲା ବିଛଣା ର ଗୋଟିଏ ସ୍ଥାନରେ ପଡିରହିଛନ୍ତି। ତାଙ୍କ ଘରକୁ ମଙ୍ଗଳବାର ଭୋର ସମୟରେ ହାତୀ ଆସି ଘରଟିକୁ ଭାଙ୍ଗି ଦେଇଛନ୍ତି। ଘର ଭିତରେ ପୂର୍ଣଚନ୍ଦ୍ର ରହିଥିଲେ। ସୌଭାଗ୍ୟବଶତଃ ହାତୀ ଆକ୍ରମଣରୁ ବର୍ତ୍ତି ଯାଇଛନ୍ତି। କିଛି କୁକୁର ଭୁକିବାରୁ ହାତୀ ଜଙ୍ଗଲକୁ ପଳେଇ ଯାଇଥିଲା ଫଳରେ ଅଳ୍ପକେ ବର୍ତ୍ତି ଯାଇଛି । ପୁଣି ସେହି ଗ୍ରାମର ଶ୍ୟାମ ମାଝୀ ସାଇକେଲ ବାହାର ରଖିଥିବା ବେଳେ ହାତୀ ତାହା ଭାଙ୍ଗି ସମ୍ପୂର୍ଣ ନଷ୍ଟ କରିଦେଇଥିବାର ଦୃଶ୍ୟ ସାମ୍ନା କୁ ଆସିଛି। ତେଣୁ ହାତୀର ଉପଦ୍ରବ ରୋକିବା ପାଇଁ ପ୍ରଶାସନ ତରଫରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣ ରେ ଦାବି କରାଯାଇଛି।

Leave A Reply

Your email address will not be published.