ଘର ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର

0

ଯାଜପୁର : କୋରାଇ ଥାନା ଜୁଗଳ ଗାଁରେ ଦମ୍ପତିଙ୍କ ଆତ୍ମହତ୍ୟା। ଘର ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର । ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ । ସ୍ବାମୀଙ୍କ ନାମ ଶାନ୍ତନୁ ଜେନା ହୋଇଥିବା ବେଳେ ସ୍ତ୍ରୀଙ୍କ ନାମ ସବିତା ଜେନା ବୋଲି ଜଣାପଡିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ଶୁକ୍ରବାର ରାତିରେ ସ୍ୱାମୀ ଓ ସ୍ତ୍ରୀ ଖିଆପିଆ କରି ଶୋଇବାକୁ ଯାଇଥିଲେ । ପରେ ପୁଅର ପାଟି ଶୁଣି ପରିବାର ଲୋକେ ଉଠିଆସିଥିଲେ , ହେଲେ ଦେଖିଲା ବେଳକୁ ପୁଅ-ବୋହୂଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ପାଇଥିଲେ । କିଛି ସମୟ ପରେ ଘର ପଛ ପାଖରେ ଥିବା ଏକ ଗଛରେ ପୁଅର ମୃତଦେହ ଦେଖିଥିଲେ। ପରେ ଏନେଇ ପୋଲିସକୁ ଖବର ଦେଇଥିଲେ ପରିବାର ଲୋକେ।

ସେପଟେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ପରିବାର । ଗତ ୫ ବର୍ଷ ହେବ ଦମ୍ପତି ବିବାହ କରିଥିବା ବେଳେ ତାଙ୍କର ଛୁଆପିଲା ନାହାନ୍ତି। ତେଣୁ ଏନେଇ ବିଭିନ୍ନ ସମୟରେ ତାଙ୍କ ସ୍ବାମୀଙ୍କ ସହ ତାଙ୍କ ପରିବାର ଲୋକେ ତାଙ୍କୁ ନିର୍ଯାତନା ଦେଉଥିଲେ। ପୂର୍ବରୁ ଅନେକଥର ସ୍ବାମୀ -ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗୁଥିଲା । ଯାହାଫଳରେ ସ୍ତ୍ରୀ ବାପଘରକୁ ଚାଲିଯାଉଥିଲେ। ତେବେ ଏହି କାରଣରୁ ପ୍ରଥମେ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ନିଜେ ସ୍ବାମୀ ଆତ୍ମହତ୍ୟା କରିଥିବା ମୃତ ମହିଳାଙ୍କ ପରିବାର ଲୋକେ କହିଛନ୍ତି । ପୋଲିସ ଅଭିଯୋଗ ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

Leave A Reply

Your email address will not be published.