ଘର ଭିତରୁ ମହିଳାଙ୍କ ସନ୍ଦେହଜନକ ମୃତ ଦେହ ଠାବ

0

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବାରିଆ ଥାନା ଜ୍ୟୋତିପୁର ଗାଁରେ ଏକ ବନ୍ଦ ଘର ଭିତରୁ ଜଣେ  ମହିଳାଙ୍କ ସନ୍ଦେହଜନକ ମୃତ ଦେହ ଠାବ କରାଯାଇଛି । ମୃତକ ମହିଳା ହେଉଛନ୍ତି ଜ୍ୟୋତିପୁର ଗାଁର ସନୁ ନାଏକଙ୍କ ପତ୍ନୀ ସବିତା ନାଏକ । ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି ।

ମୃତ ମହିଳାଙ୍କ ସ୍ୱାମୀ ସନୁ ନାଏକ ଜଣେ ଡ୍ରାଇଭର । ଅଧିକାଂଶ ସମୟରେ ପତ୍ନୀ ସବିତା ଏକାକୀ ଘରେ ରହୁଥିଲେ । ଶନିବାର ରାତିରେ ସ୍ୱାମୀ ସନୁ ନାଏକ ବାହାରେ ଥିବାବେଳେ ସବିତା ଘରେ ଥିଲେ । ଦୀର୍ଘ ସମୟ ଧରି ଘର ଭିତରେ ବନ୍ଦ ହୋଇ ରହିବା ଏବଂ କବାଟ ନଖୋଲିବାରୁ ଗାଁ ଲୋକଙ୍କ ସନ୍ଦେହ ହୋଇଥିଲା । ବାଧ୍ୟହୋଇ  ଗ୍ରାମବାସୀ ପୋଲିସକୁ ସୂଚନା ଦେଇଥିଲେ ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି । ପାରିପାର୍ଶ୍ବିକ ସ୍ଥିତିରୁ ତାଙ୍କୁ କେହି ଶ୍ବାସରୁଦ୍ଧକରି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ସାଇଣ୍ଟିଫିକ୍ ଟିମ୍ ସହାୟତାରେ ବାରିଆ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.