ଘର ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର

0

ବଲାଙ୍ଗିର/ଟିଟିଲାଗଡ଼ : ଟିଟିଲାଗଡ ସହରରେ ଜଣେ ବିବାହିତ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ଅଭିଯୋଗ ହୋଇଛି । ମୃତ ମହିଳା ଜଣକ ହେଉଛନ୍ତି ଲିଜା ଡାକୁଆ। ସେ ଗତ ଚାରି ବର୍ଷ ହେଲା ଟିଟିଲାଗଡ ହାଟପଦା ପଡାର ଟାଙ୍ଗରପଡାରେ ଭଡା ରହୁଥିଲେ । ସେ ଭୁବନେଶ୍ୱର ବାସିନ୍ଦା ହୋଇଥିବାବେଳେ କଳାହାଣ୍ଡି ଜିଲ୍ଲା ବିଶ୍ଵନାଥପୁରରେ ବାହା ହୋଇଥିଲେ। ଏବଂ ଗତ ଚାରି ବର୍ଷ ଧରି ଟିଟିଲାଗଡରେ ସେ ନିଜ ସ୍ଵାମୀଙ୍କ ସହ ଭଡ଼ା ରହି ଆସୁଥିଲେ। ହେଲେ ସ୍ବାମୀ ବାହାରେ କାମ କରୁଥିବା ଯୋଗୁଁ ପ୍ରାୟ ମାସକୁ ଥରେ ନିଜ ସ୍ତ୍ରୀଙ୍କ ପାଖକୁ ଆସୁଥିଲେ।

 

ଗତ କାଲି ସେ ଘର ମାଲିକ ଏବଂ ସାହି ପଡିଶାଙ୍କ ସହ ହସ ଖୁସିରେ ଦେଖିବାକୁ ମିଳିଥିବା ବେଳେ ଆଜି ସକାଳ ଭୋର ସମୟରେ ମହିଳାଙ୍କ ମୃତଦେହ ମିଳିଛି । ସେ ରହୁଥିବା ଘରର କବାଟ ଖୋଲା ଥିବାରୁ ଘର ମାଲିକ ସନ୍ଦେହ ପ୍ରକାଶ କରିଥିଲେ । ସଙ୍ଗେ ସଙ୍ଗେ ତାଙ୍କ ସ୍ତ୍ରୀଙ୍କୁ ଘର କବାଟ ଖୋଲା କାହିଁକି ଅଛି ଏବଂ ଲିଜା କେଉଁଠି ଅଛି ବୋଲି ଟିକିଏ ଦେଖି ଆସିବା ପାଇଁ କହିଥିଲେ। ଘର ମାଲିକ ଏବଂ ତାଙ୍କ ସ୍ତ୍ରୀ ଲିଜା ରହୁଥିବା ଘରକୁ ଯାଇଥିଲେ, ମାତ୍ର ସେ ଶୋଇଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ। ପରେ ତାକୁ ଉଠେଇଥିଲ। ହେଲେ ସେ ନ ଉଠିବାରୁ ମୃତ୍ୟବରଣ କରିଥିବା ସନ୍ଦେହ କରି ସାହି ପଡ଼ିଶା ଓ ପୋଲିସକୁ ଖବର ଦେଇଥିଲେ। ଘର ମାଲିକ ଏହାକୁ ଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡ ବୋଲି ସନ୍ଦେହ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.