ଘରର ଛାତ ଭୁଶୁଡ଼ି ୨ ଜଣଙ୍କ ମୃତ୍ୟୁ

0

ଆଗ୍ରା : ଜନ୍ମଦିନ ପାଳନ ସମୟରେ ଭୁଶୁଡ଼ିଲା ଘରର ଛାତ । ଆଉ ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଘଟଣାରେ ଅନ୍ୟ ୧୫ ଜଣ ଆହତଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । ଉତ୍ତର ପ୍ରଦେଶର ଆଗ୍ରା ଅଂଚଳରେ ଏହି ଘଟିଛି ଏହି ଅଭାବନୀୟ ଘଟଣା ।

ସୂଚନା ଅନୁସାରେ ଆଗ୍ରାର ତାଜଗଂଜ ଥାନା ଅଂଚଳରେ ଜନ୍ମଦିନ ପାଳନ ହେଉଥିଲା । ଏହି ସମାରୋହରେ୧୭ ଜଣ ଲୋକ ଥିଲେ । କିନ୍ତୁ ଦୁଃଖର କଥା ହେଲା, ଜନ୍ମଦିନ ପାଳନରେ ସମସ୍ତେ ବ୍ୟସ୍ତ ଥିବା ବେଳେ ଘରର ଛାତ ହଠାତ ଭୁଶୁଡ଼ିଥିଲା ଏବଂ ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ୧୫ ଜଣ ଆହତ ହୋଇଥିଲେ । କୁହାଯାଉଛି ଯେ, ତାଜଗଂଜ ଥାନା ଅନ୍ତର୍ଗତ ପୁରାସ୍ଥିତ ସୋନୁ ବର୍ମାଙ୍କ ଘରେ ଅନିକେତ ଚୌଧୁରୀଙ୍କ ଜନ୍ମଦିନ ପାଳନ ହେଉଥିଲା ।

Leave A Reply

Your email address will not be published.