ଘରେ କେହି ନଥିବା ବେଳେ କଳାକନା ବୁଲାଇଲେ ଲୁଟେରା

0

ସୋର: କବାଟ ଭାଙ୍ଗି ୩୦ ଲକ୍ଷ ଟଙ୍କାର ଗହଣା ଲୁଟ । ସୋର ଥାନା ନଦିଗାଁ ଗଞ୍ଜ ଗ୍ରାମର ଶାନ୍ତିଲତା ସାହୁଙ୍କ ଘରୁ କବାଟ ଭାଙ୍ଗି ୩୭୦ ଗ୍ରାମର ସୁନା ଓ ପ୍ରାୟ ଆନୁମାନିକ ୪ଶହ ଗ୍ରାମର ଲୁଟ୍ ହୋଇଯାଇଛି । ଆନୁମାନିକ ୩୦ ଲକ୍ଷ ଟଙ୍କାର ସୁନା ରୁପା ଗହଣା ଓ ନଗଦ ୨ ଲକ୍ଷ ଟଙ୍କା ଲୁଟ୍ । ଘରେ ତିନି ଦିନ ଧରି କେହି ନଥିଲା ବେଳେ ଡକାୟତମାନେ ସୁଯୋଗ ଉଣ୍ଡି ଲୁଟିନେଲେ । ଲୁଟ ପରେ ଲୁଟେରାମାନେ ଶାନ୍ତିଲତାଙ୍କ ଘରେ ମଳ ତ୍ୟାଗ କରିଥିଲେ l ଦୁଇ ପୁଅ ଚାକିରୀ ଯୋଗୁଁ ଶାନ୍ତିଲତା ବଡ ପୁଅର ଚାକିରୀ କ୍ଷେତ୍ର ଢେଙ୍କାନାଳ ଯାଇଥିଲେ l ଖବର ପାଇ ଶାନ୍ତିଲତା ଘରକୁ ଫେରିଛନ୍ତି । ସୋର ପୋଲିସ ସାଇଣ୍ଟିଫିକ୍ ଟିମ୍ ଓ ଅନୁସନ୍ଧାନକାରୀ ପୋଲିସ କୁକୁର ସହାୟତରେ ଛାନଭିନ କରୁଛି ।

Leave A Reply

Your email address will not be published.