ରାୟଗଡା : ରାୟଗଡା ସହରର ରୟତ କଲୋନୀ ଷଷ୍ଠ ଲେନରେ ବଡଧରଣର ଚୋରି । ଗୃହ ମାଲିକ ଓ ପରିବାର ଲୋକ ଗାଁକୁ ଯାଇଥିବା ସମୟରେ ଏହି ଚୋରି ଘଟିଛି। ଦୁର୍ବୃତ୍ତମାନେ ସାଇ ଗଣେଶ ଶର୍ମା ନାମକ ଜଣେ ବ୍ୟକ୍ତିଙ୍କ ଘରୁ ନଗଦ ୩୦ ଲକ୍ଷ ଟଙ୍କା ଓ ପ୍ରାୟ ୧୦୦ ଗ୍ରାମ ଓଜନର ସୁନା ଅଳଙ୍କାର ଚୋରି କରି ନେଇଛନ୍ତି । ଗତ ରବିବାର ଦିନ ଗୃହ ମାଲିକ ସପରିବାର ଆନ୍ଧ୍ରପ୍ରଦେଶ ଯାଇଥିଲେ। ଆଜି ସମସ୍ତେ ଫେରିବା ବେଳେ ଘରର ମୁଖ୍ୟ କବାଟ ଭାଙ୍ଗି ଚୋରମାନେ ଲୁଟ କରିଥିବା ଦେଖିବାକୁ ମିଳିଥିଲା। ତୁରନ୍ତ ଗଣେଶ ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଥିଲେ। ପୋଲିସ ସନ୍ଧାନୀ କୁକୁର ସହ ମିଶି ତନାଘନା କରିଛି। ତେବେ ଗତ ରବିବାରଠାରୁ ଶନିବାର ମଧ୍ୟରେ କେବେ ଚୋରି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ।
ତାଜା ଖବର
- ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଗରମ କରିବ ଛଟପଟ
- ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୩ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ
- ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ
- ଫାଶୀ ଲଗାଇ ଆତ୍ମହତ୍ୟା କଲା ମହିଳା
- ଭଦ୍ରକ ଜିଲ୍ଲାକୁ ତୁରନ୍ତ ମରୁଡି ଘୋଷଣା କରିବାକୁୁ ଦାବି କଲା ବିଜେପି
- ରାଜ୍ୟରେ ସୁସ୍ଥ ହେଲେ ଆଉ ୭୬୩ କରୋନା ଆକ୍ରାନ୍ତ
- ବର ୯୦ କୁ କନ୍ୟା ୭୫
- ରାଜ୍ୟର ୬ଟି ଜିଲ୍ଲାରେ ପ୍ରବଳ ବର୍ଷା
- ୬୦ ଟଙ୍କା ପାଇଁ ବନ୍ଧୁଙ୍କୁ ପଥରରେ ଛେଚି ହତ୍ୟା
- ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା