ଘାଟିରେ ଓଲଟିଲା ତେଲ ବୋଝେଇ ଟ୍ୟାଙ୍କର

0

ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ତେଲ ବୋଝେଇ ଟ୍ୟାଙ୍କର । ଫଳରେ ଘଟଣାସ୍ଥଳରେ ହିଁ ଗାଡି ଚାଳକଙ୍କ ମୃତ୍ୟୁ ହୋଇଛି । ତେବେ ଚାଳକଙ୍କ ମୃତେଦହ ପଡିରହିଥିବା ବେଳେ ସ୍ଥାନୀୟ କିଛି ଟ୍ରକ୍ ଚାଳକ ସେହି ଗାଡ଼ିରୁ ତେଲ ଚୋରି କରି ନେଇଛନ୍ତି । ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଳା କାଞ୍ଜିପାଣି ଥାନା ୪୯ ନମ୍ୱର ଜାତୀୟ ରାଜପଥ ର କାଞ୍ଜିପାଣି ଘଟିରେ ଏକ ତେଲ (ଡିଜେଲ) ବୋଝେଇ ଟ୍ୟାଙ୍କର ଓଲଟି ପଡିବାରୁ ଚାଳକଙ୍କ ମୃତ୍ୟୁ ହୋଇଯାଇଛି ।

ମୃତକ ହେଲେ ବିହାର ରାଜ୍ୟ ହରିଆକୋଲା ଅଞ୍ଚଳର ସଞ୍ଜୟ ଯାଦବ ବୋଲି ସୂଚନା ରହିଛି । ଅନ୍ୟପଟେ ଘଟଣା ସ୍ଥଳରେ ମୃତ ଦେହ ପଡିରହିଥିବା ବେଳେ କିଛି କୋକ ଦୁର୍ଘଟଣା ଗ୍ରସ୍ତ ଗାଡିରୁ ତେଲ ଚୋରି କରୁଥିବା ଦେଖିବାକୁ ମିଳିଛି । ଏଠାରେ ଲୋକଙ୍କ ପାଖରେ ମଣିଷ ପଣିଆ ସମ୍ପୂର୍ଣ ହଜି ଯାଇଥିବା ଦେଖା ଯାଇଛି । ଖବର ପାଇ କାଞ୍ଜିପାଣି ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ତେଲ ବୋଝେଇ ଗାଡ଼ିକୁ ଜବତ କରିବା ସହିତ ମୃତଦେହ ଜବତ କରିଛି ।

Leave A Reply

Your email address will not be published.