ଗୋଠଛଡ଼ା ହାତୀ ଉପଦ୍ରବ

0

ରାଇରଙ୍ଗପୁର : ଗୋଠଛଡ଼ା ହାତୀ ଉପଦ୍ରବ । ଭିନ୍ନ ଭିନ୍ନ ସ୍ଥାନରେ ଗୋଠଛଡ଼ା ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଓ ବାଦମପାହାଡ଼ ରେଞ୍ଜର।

ସୂଚନାଯୋଗ୍ୟ ଯେ, ବାଦମପାହାଡ଼ ରେଞ୍ଜ ଟିଆକାଟି ଗ୍ରାମର ସୁଖୀ ବାସ୍କେ ନାମକ ବୃଦ୍ଧା ତିନି ଚାରି ଜଣ ଅନ୍ୟ ମହିଳାଙ୍କ ସହିତ ଛତୁ ସଂଗ୍ରହ କରିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ଦୁଇଟି ଗୋଠଛଡ଼ା ହାତୀ ହାବୁଡ଼ରେ ପଡ଼ିଥିଲେ। ଅନ୍ୟମାନେ ଦୌଡ଼ି ପଳାଇଥିଲା ବେଳେ ସାଉନାଙ୍କୁ ହାତୀ କଚାଡି ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା।

ସେହିପରି ରାଇରଙ୍ଗପୁର ବନାଞ୍ଚଳ ଖଣ୍ଡା ଡେରା ଗ୍ରାମ ନିକଟରେ ଶୌଚ ହେବାକୁ ଯିବା ସମୟରେ ସାଉନାମାରାଣ୍ଡି ନାମକ ବ୍ୟକ୍ତି ହାତୀ ଆକ୍ରମଣର ଶିକାର ହୋଇ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସାଉନାଙ୍କ ଛାତି ଓ ମୁଣ୍ଡରେ ଆଘାତ ଲାଗିଛି । ଜଙ୍ଗଲ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚ ତଦନ୍ତ କରୁଛନ୍ତି ।

Leave A Reply

Your email address will not be published.