ଗୋଟିଏ ପରିବାରର ୬ ବଖରା ଘର ପୋଡି ପାଉଁଶ

0

ଚାନ୍ଦବାଲି :  ଭଦ୍ରକ ଜିଲ୍ଲା ଆରଡି ନିକଟସ୍ଥ ନାନ୍ଦପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ଗୋଟିଏ ପରିବାରର ୬ ବଖରା ଘର ପୋଡି ଯାଇଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଆସବାପତ୍ର ପୋଡି ନଷ୍ଟ ହୋଇଯାଇଛି।

ନାନ୍ଦପୁର ଗାଁର ବାସୁଦେବ ଦାସଙ୍କ ଘରେ ରୋଷେଇ ଚାଲିଥିବା ବେଳେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା । ତାଙ୍କର ୬ବଖରା ଘର ସମେତ ଗୋରୁ ଗୁହାଳ ଓ ସମସ୍ତ ଆସବାପତ୍ର ପୋଡି ନଷ୍ଟ ହୋଇଯାଇଛି। ନିଆଁ ଲାଗିବା ପରେ ଘର ଭିତରେ ଥିବା ୨ଜଣ ଛୋଟ ପିଲାଙ୍କ ସହ ୫ଜଣ ଜୀବନ ବଞ୍ଚାଇବାକୁ ଘରୁ ବାହାରକୁ ପଳାଇ ଆସିଥିଲେ।

ଗାଁ ଲୋକ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରିଥିଲେ । ହେଲେ ନିଆଁର ପ୍ରକୋପ ଏତେ ଅଧିକା ଥିଲା ଯେ, ଘରୁ କୌଣସି ଧନ ସମ୍ପତ୍ତ ଉଦ୍ଧାର କରି ପାରିନଥିଲେ ଲୋକେ। ଏଠାରୁ ଦମକଳ ଅଫିସ ଦୀର୍ଘ ୪୦ କିଲୋମିଟର ଦୂରରେ ରହିଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

Leave A Reply

Your email address will not be published.