ଗୋଟିଏ ସପ୍ତାହରେ ବିଜେପିକୁ ଟ୍ରିପଲ ଝଟକା ଦେଲେ ମମତା

0

କୋଲକାତା : ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି(ବିଜେପି)କୁ ଗୋଟିଏ ପରେ ଗୋଟିଏ ଝଟକା ଦେଇ ଚାଲିଛନ୍ତି ମମତା ବାନାର୍ଜୀ। ଏବେ କାଲିଆଗଞ୍ଜର ବିଧାୟକ ସୌମେନ ରାୟ ତୃଣମୂଳ କଂଗ୍ରେସ(ଟିଏମସି)ରେ ସାମିଲ ହୋଇଛନ୍ତି। ଟିଏମସିର ବରିଷ୍ଠ ନେତା ତଥା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଉପସ୍ଥିତିରେ ସେ ପାର୍ଟିର ସଦସ୍ୟତା ଗ୍ରହଣ କରିଛନ୍ତି। ରାୟ ପୂର୍ବରୁ ଟିଏମସିରେ ହିଁ ଥିଲେ ଏବଂ  ନିର୍ବାଚନ ପୂର୍ବରୁ ବିଜେପିକୁ ଚାଲି ଯାଇଥିଲେ।

ଗୋଟିଏ ସପ୍ତାହ ଭିତରେ ବିଜେପିର ଦୁଇ ଜଣ ବିଧାୟକ ଟିଏମସିରେ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ଅଗଷ୍ଟ ୩୦ରେ ବିଷ୍ଣୁପୁରରୁ ବିଧାୟକ ତନ୍ମୟ ଘୋଷ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ। ସୌମେନ ରାୟ ଟିଏମସିରେ ସାମିଲ୍ ହେବା ପରେ ବିଧାନସଭାରେ ବିଜେପିର ସଂଖ୍ୟା ହ୍ରାସ ଘଟି ୭୧ରେ ପହଞ୍ଚିଛି। ଗତ ଚାରି ସପ୍ତାହରେ ବିଜେପିର ଚାରି ଜଣ ବିଧାୟକ ଟିଏମସିରେ ସାମିଲ ହୋଇଛନ୍ତି।

ତନ୍ମୟ ଘୋଷ ବିଜେପିରେ ସାମିଲ ହେବା ପରେ ବିଧାନସଭାରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ବୁଧବାର  କହିଥିଲେ, ଦଳ ବଦଳ କରୁଥିବା ନେତାଙ୍କୁ ଲିଗାଲ ନୋଟିସ୍ ଜାରି କରାଯିବ। ମୁକୁଲ ରାୟ, ତନ୍ମୟ ଘୋଷ ଓ ବିଶ୍ଵଜିତ୍ ଦାସଙ୍କ ପରି ନେତା ଟିଏମସିରେ ସାମିଲ ହୋଇଛନ୍ତି ହେଲେ ବିଧାୟକ ପଦରୁ ଇସ୍ତଫା ଦେଇ ନାହାନ୍ତି। ମୁକୁଲ ରାୟଙ୍କ ସଦସ୍ୟତା ସମାପ୍ତ କରିବା ପାଇଁ ବିଜେପି ହାଇକୋର୍ଟର ଦ୍ଵାରସ୍ଥ ହୋଇଛି।

Leave A Reply

Your email address will not be published.