ଗ୍ରାମରେ ଗୋଟିଏ ପରିବାରର ୩ଜଣକୁ ସଂଘବଧ ଭାବେ ଆକ୍ରମଣ

0

ଖଲ୍ଲିକୋଟ :ଖଲ୍ଲିକୋଟ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ଗୋଟିଏ ପରିବାରର ୩ଜଣକୁ ସଂଘବଧ ଭାବେ ଆକ୍ରମଣ । ଆକ୍ରମଣରେ ରାମଚନ୍ଦ୍ର ପୁର ଗ୍ରାମର ଭଗି ନାହାକଙ୍କ ସମେତ ତାଙ୍କର ୨ପୁଅ ସଉରୀ ନାହାକ ଓ ରାମ ନାହାକ ଗୁରୁତର ହୋଇଛନ୍ତି ।

 

ରାମଚନ୍ଦ୍ରପୁର ଗ୍ରାମରେ ୩୦ରୁ ଉର୍ଦ୍ଧ ଲୋକ ଖଣ୍ଡା ଧରି ସଉରୀଙ୍କ ଘରେ ପଶି ଆକ୍ରମଣ କରିଥିଲେ ଏବଂ ତାଙ୍କ ଦୋକାନରେ ପଶି ଭଙ୍ଗାରୁଜା କରିଥିବା ଅଭିଯୋଗ କରିଛନ୍ତି ସଉରୀଙ୍କ ପତ୍ନୀ ସଞ୍ଜୁ ନାହାକ । ଆହତଙ୍କୁ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି ।

 

ଖବର ପାଇ ଘଟଣା ସ୍ଥଳରେ ଛତ୍ରପୁର ଏସଡିପିଓ ଗୌତମ କିଶାନ, ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ଓ ଭେଜିପୁଟ ଫାଣ୍ଡି ଅଧିକାରୀ ମନୋଜ କୁମାର ପ୍ରଧାନ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ପୂର୍ବଶତ୍ରୁତା ରୁ ଏହି ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.