ଅନୁଗୋଳ : ଅନୁଗୋଳ ଜିଲ୍ଲା ରେଙ୍ଗାଳି ଜଳଭଣ୍ଡାରର ଜଳସ୍ତର ଏବେବି ଅଧିକ ରହିଛି । ଜଳଭଣ୍ଡାରର ଜଳସ୍ତର ଏବେ ୧୧୯.୭୫ ମିଟର ରହିଛି। ଏବେବି ଗୋଟିଏ ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି।
ଜଳ ଭଣ୍ଡାର ମଧ୍ୟକୁ ଉପର ମୁଣ୍ଡରୁ ୧୦୭୦ ଘନ ମିଟର ଜଳ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି। ସେହିପରି ତଳ ମୁଣ୍ଡକୁ ୧୩୨୦ ଘନ ମିଟର ଜଳ ପ୍ରତି ସେକେଣ୍ଡରେ ନିଷ୍କାସନ ହେଉଛି।ତେବେ ଉପର ମୁଣ୍ଡରେ ସେପରି ବଡ଼ ଧରଣର ବର୍ଷା ହୋଇନାହିଁ ବୋଲି ସୂଚନା ଦେଇଛନ୍ତି ଜଳ ସଂପଦ ବିଭାଗ।
ସୂଚନାଯୋଗ୍ୟ, ଡ୍ୟାମର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୧୨୩.୫ ମିଟର। ଗୁରୁବାର ଦିନ ତମାମ ଜଳଭଣ୍ଡାରର ଗେଟ ଖୋଲା ରହିବ ବୋଲି ସୂଚନା ମିଳିଛି। ତେଣୁ ତଳ ମୁଣ୍ଡରେ ବ୍ରାହ୍ମଣୀ ନଦୀ କୂଳରେ ବସବାସ କରୁଥିବା ଗ୍ରାମବାସୀ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି ।