ବାଂଶପାଳ : ଗୁଣି ଗାରେଡି ସନ୍ଦେହରେ ବୃଦ୍ଧାଙ୍କୁ ପିଟି ପିଟି ହତ୍ୟା । ମୃତକ ହେଲେ ଜାନକୀ ମୁଣ୍ଡା, ତାଙ୍କ ବୟ ୬୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ କାଞ୍ଜିପାଣି ଥାନା ପଦା କସଡ଼ା ଗାଁରେ ଘଟିଛି ଘଟଣା । ହତ୍ୟାରେ ବ୍ୟବହୃତ ଲୁହା ଛଡ଼କୁ ଜବତ କରିଛି ପୋଲିସ । ଅଭିଯୁକ୍ତକୁ ଅଟକ ରଖି ପଚରାଉଚୁରା ଜାରି ରଖିଛି ପୋଲିସ ।
ଖବର ଅନୁଯାୟୀ, ସୂଚନା ନୁସାରେ ଗ୍ରାମର ବିଷ ମୁଣ୍ଡାଙ୍କ ପରିବାର ଲୋକଙ୍କୁ କିଛି ଦିନ ହେବ ଦେହ ଅସୁସ୍ଥ ଲାଗି ରହିଥିଲା। ଏହାକୁ କେନ୍ଦ୍ର କରି ମୃତ ଜାନକୀ ଗୁଣି ଗାରେଡି କରି ଦେହ ଖରାପ କରିଥିବା ସନ୍ଦେହ କରିଥିଲେ ।ସବୁବେଳେ ଗୁଣି କରୁଛି କହି ଅଭିଯୁକ୍ତ ନାବାଳକ ବିଷ ଗତ ରବିବାର ଜାନକୀ କୁ ଘରେ ଏକୁଟିଆ ପାଇ ଘର ବାହାରୁ କବାଟ ବନ୍ଦ କରିଦେଇ ଏକ ଲୁହା ଛଡ଼ ରେ ଅତି ନିର୍ମମ ଭାବେ ପିଟି ପିଟି ହତ୍ୟା କରିଥିଲେ ।
ରବିବାର ଠାରୁ ଜାନକୀ ଗୁରୁତର ହୋଇ ଘର ଭିତରେ ପଡି ରହିଥିଲେ ଫଳରେ ଗତ କାଲି ତାଙ୍କର ମୃତ୍ୟୁ ଘଟିଥିଲା । ବୁଧବାର ସନ୍ଧ୍ୟାରେ ଗ୍ରାମବାସୀ କାଞ୍ଜିପାଣି ପୋଲିସ କୁ ଖବର ଦେଇଥିଲେ । ଏହା ପରେ ପୋଲିସ ଘଟଣାସ୍ଥଳରେ ପଂହଁଚି ମୃତଦେହକୁ ଜବତ କରି ଅଭିଯୁକ୍ତ ବିଷକୁ ଥାନାରେ ଅଟକ ରଖି ତଦନ୍ତ କରୁଛି। ହତ୍ୟାରେ ବ୍ୟବହୃତ ଲୁହା ଛଡ଼କୁ ପୋଲିସ ଜବତ କରିଛି । ମୃତଦେହକୁ ଆଜି ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି ।