ଗ୍ୟାଙ୍ଗଷ୍ଟର ହାଇଦର ମୃତ୍ୟୁ ଘଟଣା

0

ଭୁବନେଶ୍ୱର : ପୋଲିସ ଏନ୍‌କାଉଣ୍ଟରେ ଗ୍ୟାଙ୍ଗଷ୍ଟର ହାଇଦର ମୃତ୍ୟୁ ଘଟଣା । ରିପୋର୍ଟ ତଲବ କଲେ OHRC।  ମାମଲାରେ ନିଜ ଆଡ଼ ମାମଲା ରୁଜୁ କରିଛନ୍ତି OHRC । ଗଣମାଧ୍ୟମର ରିପୋର୍ଟ ଆଧାରରେ ମାମଲା ରୁଜୁ କରାଯାଇଛି । ୪ ସପ୍ତାହ ଭିତରେ ରିପୋର୍ଟ ଦେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି OHRC । ଏହା ସହିତ ପୋଲିସ କମିଶନରଙ୍କୁ ମଧ୍ୟ ରିପୋର୍ଟ ମାଗିଛନ୍ତି OHRC ।

ସୂଚନାଯୋଗ୍ୟ, ଶନିବାର ହାଇଦରକୁ ଚୌଦ୍ୱାର ଜେଲ୍‌ରୁ ବାରିପଦା ଜେଲ୍‌କୁ ନେଉଥିବା ସମୟରେ ରାସ୍ତାରେ ସେ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ଏନ୍‌କାଉଣ୍ଟର କରିଥିଲା ପୋଲିସ । ତାର ଗୋଡ଼ ଏବଂ ପେଟରେ ଗୁଳି ବାଜିଥିଲା ପରେ ତାକୁ ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ହିଁ ତାର ମୃତ୍ୟୁ ଘଟିଥିଲା । ବାଲେଶ୍ୱର ସିମୁଳିଆ ନିକଟରେ ହୋଇଥିଲା ଏହି ଏନ୍‌କାଉଣ୍ଟର । ସୁରକ୍ଷା ଦୃଷ୍ଟିରୁ ତାକୁ ଅନ୍ୟ ଜେଲ୍‌କୁ ସ୍ଥାନାନ୍ତର ହେଉଥିବା ସମୟରେ ସେ ରାସ୍ତାରେ ପରିଶ୍ରା କରିବା ପାଇଁ କହିଥିଲା । ଏହି ସମୟରେ ସେ ଗାଡ଼ିରେ ଥିବା ପୋଲିସ୍‌ଙ୍କ ଠାରୁ ବନ୍ଧୁକ ଛଡ଼ାଇ ଦୌଡ଼ିବାକୁ ଚେଷ୍ଟା କରିଥିଲା । ତାକୁ ଧରିବା ପାଇଁ ପୋଲସ୍‌ ବାଧ୍ୟ ହୋଇ ତା ଉପରେ ଗୁଳିଚାଳନା କରିଥିଲା । ଏଥିରେ ସେ ଆହତ ହୋଇଥିବା ବେଳେ ଚିକିତ୍ସା ପାଇଁ ବାଲେଶ୍ବର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ହିଁ ତାର ମୃତ୍ୟୁ ଘଟିଥିଲା । ତେବେ ହାଇଦର ମୃତ୍ୟୁ ନେଇ ପରିବାର ଲୋକେ ଅନେକ ଅଭିଯୋଗ ଆଣିଛନ୍ତି ।

Leave A Reply

Your email address will not be published.