ହାତୀ ଆକ୍ରମଣରେ ବାପା-ପୁଅ ଗୁରୁତର

0

ସାନଖେମୁଣ୍ଡି : ହାତୀ ଆକ୍ରମଣରେ ବାପା-ପୁଅ ଗୁରୁତର । ଜଙ୍ଗଲକୁ ଯାଇଥିବା ବେଳେ ପଡିଥିଲେ ହାତୀ ହାବୁଡରେ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ତାରାସିଂଙ୍ଗ ବନାଞ୍ଚଳ ତିନିଛକିଆ କିରିଆମ୍ବା ଜଙ୍ଗଲରେ ଘଟିଛି ଏଭଳି ଘଟଣା ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ତାରାସିଂଙ୍ଗ ବନାଞ୍ଚଳ ତିନିଛକିଆ କିରିଆମ୍ବା ଜଙ୍ଗଲରେ ହାତୀ ଆକ୍ରମଣ । ହାତୀ ଆକ୍ରମଣରେ ବାପା-ପୁଅ ଗୁରୁତର ଆହତ ହୋଇଛନ୍ତି । ଗୁରୁବାର ଦୁହେଁ ଜଙ୍ଗଲକୁ ଯାଇଥିବା ବେଳେ ହାତୀ ହାବୁଡରେ ପଡିଥିଲେ । ଆହତ ଦୁହେଁ ନିକଟ ଦଳକ ଗ୍ରାମର ସୁରେନ୍ଦ୍ର ରାଉତ ଓ ପୁଅ ଶୁଭମ ରାଉତ । ଦୁହିଁଙ୍କୁ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ନିଆଯାଉଥିବା ଜଣାପଡିଛି ।

Leave A Reply

Your email address will not be published.