ହାତୀ ଆକ୍ରମଣରେ ଜଣେ ଗୁରୁତର,

0

ବ୍ରହ୍ମପୁର: ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ଭଗବାନପୁର – ଶୁଳିଆପଲ୍ଲୀ ରାସ୍ତାରେ ଗୁରୁବାର ରାତିରେ ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି। ବୁଗୁଡ଼ା ଥାନା ଅନ୍ତର୍ଗତ ଅରଖପୁର ଗ୍ରାମର ସୁଶାନ୍ତ ଦଳେଇ ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ସେହି ଗ୍ରାମର ମନୋଜ ପ୍ରଧାନ ଆହତ ହୋଇଛନ୍ତି। ଦୁହେଁ ଶୁଳିଆପଲ୍ଲୀକୁ କାମ କରିବାକୁ ଯାଇ ରାତିରେ ବାଇକରେ ନିଜ ଗାଁକୁ ଫେରୁଥିଲେ।

 

ଶୁଳିଆପଲ୍ଲୀ ନିକଟରେ ରାସ୍ତା ଉପରେ ଛିଡ଼ା ହୋଇଥିବା ଏକ ହାତୀର ସମ୍ମୁଖୀନ ହୋଇ କିଛି ସମୟ ଅଟକି ରହିଥିଲେ। ସେହି ସମୟରେ ତାଙ୍କର ପଛ ପଟୁ ଆସୁଥିବା ହାତୀ ପଲ ମଧ୍ୟରୁ ଗୋଟିଏ ହାତୀ ଅଚାନକ ବାଇକ୍ ସହ ଆରୋହୀଙ୍କୁ ଫୋପାଡ଼ି ଦେଇଥିଲା। ଗ୍ରାମବାସୀଙ୍କଠାରୁ ଖବର ପାଇ ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଦୁହିଁଙ୍କୁ ଉଦ୍ଧାର କରି ବୁଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଥିଲେ ।

Leave A Reply

Your email address will not be published.