ହାତୀ ଆକ୍ରମଣରେ ପୋଲିସ କର୍ମଚାରୀ ଗୁରୁତର

0

କାମାକ୍ଷାନଗର :ହାତୀ ହାବୁଡ଼ରେ ପଡିଗଲେ ପୋଲିସ କର୍ମଚାରୀ । ତୁମୁସିଙ୍ଗା ଥାନା OAPF କର୍ମଚାରୀ ହୃଷିକେଶ ନାୟକ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ହୃଷିକେଶ ନିଜ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ କଦଳିପାଳ ଗାଁ ନିକଟରେ ହାତୀ ଆକ୍ରମଣ କରିଥିଲା । ହାତୀ କବଳରୁ ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲା । କିନ୍ତୁ ହାତୀ ଆକ୍ରମଣରେ ସେ ଗୁରୁତର ହୋଇଛନ୍ତି । ପ୍ରଥମେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା ବେଳେ ପରେ ତାଙ୍କ ଅବସ୍ଥା ଦେଖି କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

Leave A Reply

Your email address will not be published.