ହଟୁନି ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଉପରୁ ପରଦା

0

ଗଜପତି : ପାରଳେଖମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାର ଖିଅ ଖୋଜୁଛି କ୍ରାଇମ୍‌ବ୍ରାଞ୍ଚ । ଘଟଣାରେ ଇତିମଧ୍ୟରେ ମାସେ ବିତି ଯାଇଥିଲେ ବି ରହସ୍ୟ ଉପରୁ ପରଦା ହଟୁନି । ପ୍ରତିଦିନ ନୂଆ ନୂଆ ଚେହେରା ଓ ତଥ୍ୟ ସାମ୍ନାକୁ ଆସିଛି । ଯାହାକୁ ମାମଲାକୁ ନୂଆ ମୋଡ ଦେଉଛି । ଏହିପ୍ରରିପେକ୍ଷୀରେ ଘଟଣାର ତଦନ୍ତ କରୁଥିବା କ୍ରାଇମ୍‌ବ୍ରାଞ୍ଚ ଶନିବାର ଦିନ ଡିଏଫ୍‌ଓ ସଂଗ୍ରାମ ବେହେରାଙ୍କୁ ଜେରା କରିଛି । ତେବେ କ୍ରାଇମ୍‌ବ୍ରାଞ୍ଚର ସ୍କାନରରେ ପରବର୍ତ୍ତୀ ଚେହେରା କିଏ । ବିଦ୍ୟାଭାରତୀ ନା ଆଉ କିଏ ?

ଖବର ଅନୁଯାୟୀ, ସୌମ୍ୟରଞ୍ଜନଙ୍କ ରହସ୍ୟ ଜନକ ମୃତ୍ୟୁ ଘଟଣାରେ ପୋଲିସ ଯାହା ଛାଡିଦେଇଥିଲେ । ତାକୁ ଏବେ ଖୋଜି ଖୋଜି କ୍ରାଇମ୍‌ବ୍ରାଞ୍ଚ ବାହାର କରୁଛି  । କ୍ରାଇମ୍‌ବ୍ରାଞ୍ଚ ୮ମ ଦିନର ତଦନ୍ତରେ ଅନେକ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଗତ ୭ଦିନରେ ୧୩ଜଣଙ୍କ ଜେରା କରିସାରିଥିବା କ୍ରାଇମ୍‌ବ୍ରାଞ୍ଚ ୮ମ ଦିନରେ ହାଜର ହୋଇଥିଲେ ଡିଏଫ୍‌ଓ ସଂଗ୍ରାମ ବେହେରା । ଦୀର୍ଘ ୩ଘଣ୍ଟା ଧରି ମାରାଥନ ଜେରା ବାହାରିଥିଲେ ଡିଏଫଓ ସଂଗ୍ରାମ ବେହେରା । ଏହି ଜେରା ସମୟରେ ଅନେକ ତଥ୍ୟ ଓଗାଳିଛନ୍ତି DFO । ଏପିରିକି ଜମାନବନ୍ଦୀ ସମୟରେ ସେ ହସ୍ପିଟାଲରେ ଉପସ୍ଥିତ ରହିଥିଲେ ବୋଲି ମାନିଛନ୍ତି । ସକାଳ ସାଢ଼େ ୯ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ତାଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଥିଲେ ତଦନ୍ତକାରୀ ଅଧିକାରୀ । ସେହିପରି ଡିଏଫ୍‌ଓ ଅନେକ ପ୍ରଶ୍ନର ଉତ୍ତର ଦେଇନାହାନ୍ତି । ଆବଶ୍ୟକ ହେଲେ ତାଙ୍କୁ ପୁଣି ଥରେ ଜେରା କରାଯିବ ଏବଂ ଲାଏ ଡିଟେକ୍ସନ୍‌ ଟେଷ୍ଟ୍‌ ମଧ୍ୟ କରାଯିବ ବୋଲି କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି କହିଛନ୍ତି ।

ସେପେଟ ଡିଏଫ୍‌ଓଙ୍କୁ ଜେରା ପରେ ବିଦ୍ୟାଭାରତୀଙ୍କୁ  କ୍ରାଇମ୍‌ ବ୍ରାଞ୍ଚ୍‌ ଟିମ୍‌ ଡାକିପାରେ ବୋଲି ଚର୍ଚ୍ଚା ଜୋର୍‌ ଧରିଲାଣି । ଘଟଣାରେ ଅନେକ ଲୋକଙ୍କ ଜେରା କରାଯାଇଛି । ତେବେ ବିଦ୍ୟାଭାରତୀଙ୍କୁ କେବେ ଜେରା କରୁଛି କ୍ରାଇମବ୍ରାଞ୍ଚ, ତାହା ଦେଖିବାକୁ ବାକି ରହିଲା । ଏସିଏଫ୍‌ଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାକୁ ଇତି ମଧ୍ୟରେ ୪୦ ଦିନ ବିତି ସାରିଛି । ଘଟଣାରେ ଅନେକ ବଡ଼ହସ୍ତୀଙ୍କ କଥା ବର୍ତ୍ତମାନ ସାମ୍ନାକୁ ଆସିଲାଣି । ତେଣୁ କ୍ରାଇମ୍‌ବ୍ରାଞ୍ଚ ବର୍ତ୍ତମାନ କିଭଳି ରହସ୍ୟ ଉପରୁ ପରଦା ହଟାଉଛି ତାହା ଉପରେ ସମସ୍ତଙ୍କ ନଜର ।

Leave A Reply

Your email address will not be published.