ହତ୍ୟାକାରୀ ବୋହୂ ଗିରଫ

0

ଯାଜପୁର: ହତ୍ୟାକାରୀ ବୋହୂ ଗିରଫ । ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ରଣପାଳ ଗାଁରେ ବୋହୂର ଟାଙ୍ଗିଆ ଚୋଟରେ ଶ୍ବଶୁରଙ୍କ ମୃତ୍ୟୁ ଘଟଣା। ହତ୍ୟାକାରୀ ବୋହୂ ରୂପା ହାତୀଙ୍କୁ ଢେଙ୍କାନାଳରୁ ଗିରଫ କଲା ପାଣିକୋଇଲି ପୋଲିସ।

ଖବର ଅନୁଯାୟୀ,  ଗତ ୧୭ ତାରିଖ ଦିନ ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ରଣପାଳ ଗାଁରେ ଘଟିଥିଲା ଏହି ହତ୍ୟାକାଣ୍ଡ। ପାରିବାରିକ କଳହକୁ କେନ୍ଦ୍ରକରି ବିବାଦ ହୋଇଥିଲା । ଏହାପରେ ଶ୍ବଶୁରଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ବୋହୂ । ହତ୍ୟା କରିବା ପରେ ଫେରାର ହୋଇଯାଇଥିଲେ ବୋହୂ ରୂପା ହାତୀ।  ତେବେ ୫ ଦିନ ଧରି ପୋଲିସ ଟିମ୍‌ର ଛାନ୍‌ଭିନ୍‌ ପରେ ଅଭିଯୁକ୍ତ ବୋହୂଙ୍କୁ ଗିରଫ କରାଯାଇଛି । ଢେଙ୍କାନାଳରୁ ଗିରଫ କରିଛି ପାଇକୋଇଲି ପୋଲିସ ।

Leave A Reply

Your email address will not be published.