ମୁମ୍ବାଇ : ନିର୍ଭୟ ହତ୍ୟାକାରୀ । ନର ରାକ୍ଷସର ନାରକୀୟ କାଣ୍ଡ। ନିଜ ସାଙ୍ଗ ( ରୁମମେଟ)କୁ ହତ୍ୟା କରିବା ପରେ ବଡ଼ ଆରମାରେ ରୁମ୍ ସଫା କରି ଶୋଇପଡ଼ିଲା ହତ୍ୟାକାରୀ। ପ୍ରଥମେ ନିଜ ବନ୍ଧୁର ରକ୍ତାକ୍ତ ଶବକୁ କେଉଁ ଏକ ସ୍ଥାନରେ ପୋତିବା ପରେ ରୁମ୍ରେ ପଡ଼ିଥିବା ରକ୍ତ ପୋଛି ସଫା କରି ଶୋଇପଡ଼ିଥିଲା ଯୁବକ। ଏମିତି ଏକ ଚାଞ୍ଚଲ୍ୟକର ଘଟଣା ମହାରଷ୍ଟ୍ରର ଦାଭା ଅଞ୍ଚଳରେ ଘଟିଛି ।
ଶନିବାର ରାତିରେ ନାରକୀୟ କାଣ୍ଡ କରିଥିବା ୨୬ ବର୍ଷୀୟ ଦେବାଂଶ ଓ୍ବାଘୋଡେକୁ ମହାରାଷ୍ଟ୍ର ପୋଲିସ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ, ଶନିବାର ରାତିରେ ଦେବାଂଶ ନିଜର ରୁମମେଟ୍ ୩୫ ବର୍ଷୀୟ ରାଜୁ ନାନ୍ଦେଶ୍ବରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ରାଜୁଙ୍କ ମୁଣ୍ଡକୁ ଏକ ଧାରୁଆ ଅସ୍ତ୍ରରେ ଆଘାତ କରିଥିଲା ଦେବାଂଶ ।
ଏହା ପରେ ଘଟଣାସ୍ଥଳରେ ରାଜୁଙ୍କ ଜୀବନ ଯାଇଥିଲା। ଏନେଇ ଜାଣିବା ପରେ ଶବକୁ ଏକ ଖୋଲା ସ୍ଥାନରେ ପୋତି ଦେଇଥିଲା ଅପରାଧୀ। ହତ୍ୟା କରିବା ପରେ ମଧ୍ୟ ହତ୍ୟାକରୀ ରୁମ୍କୁ ଫେରି ପଡ଼ିଥିବା ରକ୍ତ ସଫା କରିବା ସହ ଆରାମରେ ଶୋଇପଡ଼ିଥିଲା । ତେବେ ନନ୍ଦେଶ୍ବର ଏବଂ ଓ୍ବାଘୋଡେ ଗୋଟିଏ ଗ୍ୟାରେଜ୍ରେ କାର ମେକାନିକ୍ ଭାବେ କାର୍ଯ୍ୟ କରୁଥିଲେ।
ଅନ୍ୟ ଜଣଙ୍କ ଘର ପାଖରେ ଥିବା ଖୋଲା ସ୍ଥାନରେ ଶବ ପୋତା ଯାଇଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଏହା ପରେ ସମସ୍ତ ଘଟଣାର ପର୍ଦ୍ଦାଫାସ ହେବା ସହ ପୋଲିସ ହତ୍ୟା ମାମଲା ରୁଜୁ କରି ଅପରାଧୀ ଦେବାଂଶ ଓ୍ବାଘୋଡେକୁ ଗିରଫ କରିଛି।