ହେବାକୁ ଥିବା ସ୍ବାମୀଙ୍କୁ କୁକୁର କଡିରେ ବାନ୍ଧି ଛୁରୀ ଭୁସି ନିର୍ମମ ହତ୍ୟା କଲା ଯୁବତୀ

0

ଲକ୍ଷ୍ନୌ  : ଉତ୍ତର ପ୍ରଦେଶର ଏକ ହାଇପ୍ରୋଫାଇଲ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ ।  ବହୁଚର୍ଚ୍ଚିତ ଶାହାବୁଦ୍ଦିନ୍‌ ହତ୍ୟା ମାମଲାରେ, ଶାହାବୁଦ୍ଦିନଙ୍କୁ ବିବାହ କରିବାକୁ ଯାଉଥିବା ଯୁବତୀ ଏବଂ ଯୁବତୀଙ୍କ ପ୍ରେମିକ ଶାନେ ଅଲ୍ଳୀକୁ ଗିରଫ କରିଛି ପୋଲିସ । ଏହା ସହିତ ହାଇପ୍ରୋଫାଇଲ ହତ୍ୟାକାଣ୍ଡରେ ସପୃକ୍ତ ଅନ୍ୟ ୪ ଜଣଙ୍କୁ ମଧ୍ୟ ମୋହନଲାଲଗଞ୍ଜ ପୋଲିସ ଗିରଫ କରିଛି ।

ସବୁଠାରୁ ବଡ କଥା ହେଉଛି ପୋଲିସ ଯେଉଁମାନଙ୍କୁ ସନ୍ଦେହରେ ଗିରଫ କରିଥିଲା ସେମାନଙ୍କୁ କ୍ଲିନ୍‌ ଚିଟ୍ ମିଳିଛି ଏବଂ ଜେଲରୁ ଖଲାସ କରାଯାଇଛି । ଘଟଣାରେ ହସମତୁଲ ନିଶାଂ ଏବଂ ତାଙ୍କ ଭାଇମାନଙ୍କୁ ପୋଲିସ କ୍ଳିନ୍‌ ଚିଟ୍‌ ଦେଇଛି ।

ଘଟଣାକୁ ନେଇ ମୋହନଲାଲଗଞ୍ଜ ଥାନାଧିକାରୀ ଦୀନାନାଥ ମିଶ୍ର କହିଛନ୍ତି, ବନ୍ଥରା ନିବାସୀ ଶାହାବୁଦ୍ଦିନ ଏବଂ ହସଲତୁଲ ନିଶାଂଙ୍କ ବିବାହ ମେ ୨୭ରେ ହେବାର ଥିଲା । କିନ୍ତୁ ହସମତୁଲ ଏହି ବିବାହକୁ ନେଇ ଖୁସିନଥିଲେ । ସେ ପିଜିଆଇ କଲ୍ଲୀ ନିବାସୀ ଶାନେ ଅଲ୍ଲୀଙ୍କୁ ପ୍ରେମ କରୁଥିଲେ । ପରିବାର ଲୋକଙ୍କ ଚାପରେ ହସମତୁଲ ବିବାହ ପାଇଁ ରାଜି ହୋଇଥିଲେ ।

ଶାହାବୁଦ୍ଦିନଙ୍କୁ ରାସ୍ତାରେ ହଟାଇବା ପାଇଁ ହସମତୁଲ ଏବଂ ତାର ପ୍ରେମିକ ଶାନେ ଅଲ୍ଲୀ ଯୋଜନା ପ୍ରସ୍ତୁତ କରିଥିଲେ । ଜନ୍ମଦିନ ପାଳନ ନାଁରେ ସେମାନେ ଶାହାବୁଦ୍ଦିନଙ୍କୁ ଡାକିଥିଲେ । ସେଠାରେ ପୂର୍ବରୁ ଥିବା ସେମାନଙ୍କ ସହଯୋଗୀଙ୍କ ସହ ମିଶି ଶାହାବୁଦ୍ଦିନଙ୍କୁ ଛୁରୀ ଭୁସି ହତ୍ୟା କରିଥିଲେ । କେବଳ ସେତିକି ନୁହେଁ ଶାହାବୁଦ୍ଦିନ ସେମାନଙ୍କ ସହିତ ଲଢେଇ କରିଥିଲେ ସୁଦ୍ଧା ଅଭିଯୁକ୍ତିମାନେ କୁକୁର ବନ୍ଧା କଡିରେ ତାଙ୍କୁ ବାନ୍ଧି ପୁଣି ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଶାହାବୁଦ୍ଦିନଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ବର୍ତ୍ତମାନ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.