ଶିମଲା : ହିମାଚଳ ପ୍ରଦେଶରେ ଭୀଷଣ ବର୍ଷା ଓ ଭୂସ୍ଖଳନ ମଧ୍ୟରେ ଭୂକମ୍ପ ଝଟକା ଲାଗିଛି। ରାଜଧାନୀ ଶିମଲାରେ ସକାଳେ ୮ଟା ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଶିମଲା ପାଣିପାଗ ବିଭାଗ ଏନେଇ ସ୍ପଷ୍ଟ କରିଛନ୍ତି। ତେବେ ଜନଜୀବନ କ୍ଷୟକ୍ଷତି ହୋଇନଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ସକାଳ ୭ଟା ୫୮ ମିନିଟରେ ଭୂକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୨.୮ ଥିଲା। ତେବେ ଭୂକମ୍ପ ଝଟକା ହୋଇଥିବାରୁ ଲୋକଙ୍କୁ ଏହି ଝଟକା ଅନୁଭୂତ ହୋଇନଥିଲା। ଭୂକମ୍ପ କେନ୍ଦ୍ର ଶିମଲାରୁ ୧୦ କିଲୋମିଟର ଦୂର ଥିଲା ବୋଲି କୁହାଯାଇଛି।
ହିମାଚଳର ଚମ୍ବା ଜିଲ୍ଲାରେ ସବୁଠାରୁ ଅଧିକ ଭୂକମ୍ପ ହୋଇଥାଏ। ଏହାପରେ କିନ୍ନୌର, ଶିମଲା, ବିଳାସପୁର ଓ ମଣ୍ଡି ସମ୍ବେଦନଶୀଳ ଅଞ୍ଚଳ। ଶିମଲା ଜିଲ୍ଲାକୁ ନେଇ ଚେତାବନୀ ଜାରି କରାଯାଇଥିଲା ଯେ ସହର ଭୂକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ନୁହେଁ। ତାଛଡା ୧୯୭୫ରେ କିନ୍ନୌରରେ ବଡ ଧରଣର ଭୂକମ୍ପ ହୋଇଥିଲା। ୧୯୦୫ରେ କାଙ୍ଗଡାରେ ବଡ ଧରଣର ଭୂକମ୍ପ ହୋଇଥିଲା ଯେଉଁଥିରେ ୨୦ ହଜାର ଲୋକଙ୍କ ଜୀବନ ଯାଇଥିଲା।