ହୀରାକୁଦ ଜଳଭଣ୍ଡାରରେ ଲାଗି ରହିଛି ବର୍ଷା

0

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ତଳମୁଣ୍ଡ ଓ ଉପରମୁଣ୍ଡରରେ ଲାଗି ରହିଛି ବର୍ଷା । ବର୍ତ୍ତମାନ ୧୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି । ବର୍ଷା ଯଦି ଲାଗି ରହେ ଓ ଜଳଭଣ୍ଡାରକୁ ଜଳପ୍ରବେଶ ବଢେ ତେବେ ଆହୁରି ଗେଟ୍ ଖୋଲିବାର ସମ୍ଭାବନା ରହିଛି । ବର୍ତ୍ତମାନ ଜଳ ଭଣ୍ଡାରରକୁ ପ୍ରତି ସେକେଣ୍ଡରେ ୮୬୨୫୮ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ଜଳଭଣ୍ଡାରରୁ ୧୭୧୩୧୭ କ୍ୟୁସେକ ଜଳ ଛଡାଯାଉଛି ।

ତେବେ ବାରମୂଲରେ ୧ ଲକ୍ଷ ୮୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିବାବେଳେ ମୁଣ୍ଡଳୀରେ ୯୫ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ସେହିପରି ବୁର୍ଲାରେ ୪୬.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି । ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ରହିଛି ୬୦୮.୩୩ ଫୁଟ୍ ।

Leave A Reply

Your email address will not be published.