ହୋଲି ଖେଳ ହେଲା କାଳ : ପାଣିରେ ବୁଡି ଚାଲିଗଲା ଯୁବକଙ୍କ ଜୀବନ

0

ବଲାଙ୍ଗୀର  : ଦେଓଗାଁ ଥାନା ଅନ୍ତର୍ଗତ ସାହାଜବାହାଲ ଗାଁରେ ଅଘଟଣ । ଗତକାଲି ଅପରାହ୍ନରେ ବନ୍ଧୁ ମାନଙ୍କ ସହ ହୋଲି ଖେଳ ପରେ ସାହାଜବାହାଲ ହନୁମାନ ମନ୍ଦିର ପଛପଟେ ଥିବା ପୋଖରୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ ଘଟିଛି ।

ମିଳିଥିବା ସୂଚନାନୁସାରେ, ଦେଓଗାଁ ଥାନା ଅନ୍ତର୍ଗତ ସାହାଜବାହାଲ ହନୁମାନ ମନ୍ଦିର ପଛପଟେ ଥିବା ପୋଖରୀକୁ କିଛି ଯୁବକ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ପାଣିରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ସମୀର ପ୍ରଧାନ ବୋଲି ଜଣାପଡିଛି । ସେ ବଲାଙ୍ଗୀର ସିଭିଲ କୋର୍ଟରେ କାର୍ଯ୍ୟରତ ଥିଲେ । ସ୍ଥାନୀୟଲୋକେ ସମୀରଙ୍କୁ ପୋଖରୀ ଭିତରୁ ଉଦ୍ଧାର କରି ନିକଟସ୍ଥ ଶିବତଲା ଡାକ୍ତରଖାନାକୁ ନେଇଥିଲେ । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତଦେହ ସଂଧ୍ୟାରେ ବଲାଙ୍ଗୀର ଡାକ୍ତରଖାନାର ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ।

Leave A Reply

Your email address will not be published.