ହଲିଉଡ୍‌ରେ ଡେବ୍ୟୁ କରିବେ ଅଭିନେତା ରାଜକୁମାର ରାଓ

0

ମୁମ୍ବାଇ  : ଅଭିନେତା ରାଜକୁମାର ରାଓଙ୍କ ବଲିଉଡ କ୍ୟାରିଅର ବହୁ ଶୀର୍ଷରେ ପହଞ୍ଚି ସାରିଛି। ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଉଥିବା ରାଜକୁମାରଙ୍କ ଡିମାଣ୍ଡ ବହୁତ ବଢ଼ି ଚାଲିଥିବାବେଳେ ଆଗକୁ ମଧ୍ୟ ଅନେକ ଅଫର ରହିଛି। ଅଭିନେତାଙ୍କ କାମ ଏତେ କମାଲ ଯେ ତାଙ୍କ ଫିଲ୍ମକୁ ଓସ୍କାର ପର୍ଯ୍ୟନ୍ତ ମଧ୍ୟ ନୋମିନେସନ୍‌ ମିଳିଛି। ନିକଟରେ ତାଙ୍କର ‘ଦ ହ୍ୱାଇଟ ଟାଇଟର୍ସ’କୁ ଓସ୍କାରରେ ସ୍ଥାନ ଦିଆଯାଇଛି। ଯେବେଠୁ ଫିଲ୍ମକୁ ନେଇ ଏତେ ବଡ଼ ଘୋଷଣା କରାଯାଇଛି, ସେବେଠୁ ଅନ୍ଦାଜ ଲଗାଯାଉଛି କି, ଅଭିନେତା ଖୁବ୍‌ ଶୀଘ୍ର ହଲିଉହରେ ଡେବ୍ୟୁ କରିପାରନ୍ତି।

ରାଜକୁମାରଙ୍କୁ ପ୍ରଶ୍ନ ପଚରାଯାଉଛି କି,  ହଲିଉଡରେ ଡେବ୍ୟୁ କରିବାକୁ ନିଷ୍ପତ୍ତି ନେଇସାରିଛନ୍ତି ? ସୋସିଆଲ ମିଡ଼ିଆରେ ଏହିଭଳି ପ୍ରଶ୍ନ ଉଠିବା ପରେ ଏକ ନ୍ୟୁଜ୍ ପୋର୍ଟାଲକୁ ସେ ଜବାବ ଦେଇ କହିଛନ୍ତି କି, ତାଙ୍କୁ ଅନେକ ଭଲ ଭଲ ଅଫ୍‌ର ମିଳିବା ଆରମ୍ଭ ହୋଇଯାଇଛି। କିନ୍ତୁ ସେ ଏବେ ବି ଅପେକ୍ଷାରେ ଅଛନ୍ତି। ତାଙ୍କ କହିବାନୁସାରେ, ତାଙ୍କୁ ଅନେକ ଅଫର ମିଳୁଛି, କିନ୍ତୁ ସେ ଅନ୍ୟ କିଛି ଅପେକ୍ଷା କରିଛନ୍ତି।

Leave A Reply

Your email address will not be published.