ହସ୍ପିଟାଲ ପହଞ୍ଚିବା ପୂର୍ବରୁ ହୋଇସାରିଥିଲା ସିଦ୍ଧାର୍ଥଙ୍କ ମୃତ୍ୟୁ

0

ମୁମ୍ବାଇ  : ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କର ଗୁରୁବାର ସକାଳେ ହୃଦଘାତରେ ଦେହାନ୍ତ ହୋଇଛି। ତାଙ୍କୁ ୪୦ ବର୍ଷ ବୟସ ହୋଇଥିଲା। ହସ୍ପିଟାଲ ପ୍ରଶାସନ କହିଛନ୍ତି ଯେ ଅଭିନେତା ହସ୍ପିଟାଲ ପହଞ୍ଚିବା ପୂର୍ବରୁ ତାଙ୍କ ମୃତ୍ୟୁ ହୋଇସାରିଥିଲା। ମାମଲାରେ ପୋଲିସ କୌଣସି ଫାଉଲ ପ୍ଲେକୁ ନେଇ ଅସ୍ବୀକାର କରିଛି। ସୂଚନା ଅନୁଯାୟୀ, ସିଦ୍ଧାର୍ଥଙ୍କ ଶବ ବିଏମସିର କୂପର ହସ୍ପିଟାଲରେ ରଖାଯାଇଛି। କୂପର ହସ୍ପିଟାଲ ଡାକ୍ତର ନିରଞ୍ଜନ ସିଦ୍ଧାର୍ଥଙ୍କ ଯାଞ୍ଚ କରିଥିଲେଓ ପ୍ରାୟ ସାଢେ ୧୦ଟା ସମୟରେ ତାଙ୍କୁ ଡେଥ ବିଫୋର ଆରାଇଭଲ ଘୋଷିତ କରିଥିଲେ।

ପୋଲିସ ଅନୁଯାୟୀ, ଏହି ମାମଲାରେ କୌଣସି ଫାଉଲ ପ୍ଲେ ସାମ୍ନାକୁ ଆସିନାହିଁ। ସିଦ୍ଧାର୍ଥ ଶୁକ୍ଲାଙ୍କ ମାମଲାରେ ବିଏମସି ସ୍ୱାସ୍ଥ୍ୟ ବିଭାଗ ଟିମ କୂପର ହସ୍ପିଟାଲ ପହଞ୍ଚି ହସ୍ପିଟାଲ ଡିନଙ୍କ ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ। ହସ୍ପିଟାଲ ଡିନ କହିଥିଲେ ଯେ ସିଦ୍ଧାର୍ଥଙ୍କୁ ହସ୍ପିଟାଲ ଅଣାଯିବ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ତାପରେ ପୋଲିସକୁ ସୂଚନା ଦିଆଯାଇଥିଲା ଓ ଏହା ପରେ ମେଡିକାଲ ପ୍ରୋସେସ ଅନୁଯାୟୀ ଶବ ବ୍ୟବଛେଦ କରାଯିବ। ଡାକ୍ତର ଶିବ କୁମାର ଶବ ବ୍ୟବଛେଦ କରିବେ। ଡିନ କହିଛନ୍ତି ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ମୃତ୍ୟୁ ହୋଇସାରିଥିଲା ସେଥିପାଇଁ ପୋଲିସକୁ ସୂଚନା ଦିଆଯାଇଥିଲା। ଡିସିପିଙ୍କ ଅନୁସାରେ ସିଦ୍ଧାର୍ଥଙ୍କ ମୃତ୍ୟୁ କିଭଳି ହୋଇଛି ତାହା ଏବେ କହିବା ମୁସ୍କିଲ। ମେଡିକାଲ ଓ ପୋଷ୍ଟମର୍ଟମ ରିପୋର୍ଟ ଓ ସିଦ୍ଧାର୍ଥଙ୍କ ସାଙ୍ଗରେ ରହୁଥିବା ଲୋକଙ୍କ ବୟାନ ନିଆଯିବ। ତାପରେ କିଛି ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।

ସିଦ୍ଧାର୍ଥ ୧୯୮୦ ଡିସେମ୍ବର ୧୨ ତାରିଖରେ ମୁମ୍ବାଇରେ ଜନ୍ମ ହୋଇଥିଲେ ସେ ଇଣ୍ଟରିୟର ଡ଼ିଜାଇନିଂରେ ସ୍ନାତକ କରିଥିଲେ। ପରେ ସେ ସିଭିଲ ଇଞ୍ଜିନିୟରିଂ ମଧ୍ୟ କରିଥିଲେ। ୨୦୦୫ରେ ସେ ‘ୱାର୍ଲଡ ବେଷ୍ଟ’ ମଡେଲ କମ୍ପିଟିସନରେ ଅଂଶଗ୍ରହଣ କରିଥିଲେ। ଏହି କମ୍ପିଟିସନ ତୁର୍କୀରେ ହୋଇଥିଲା। ଏହି ପ୍ରତିଯୋଗିତାରେ ଟାଇଟଲ ଜିତିବାରେ ସେ ପ୍ରଥମ ଭାରତୀୟ ଓ ଏସିଆନ ଥିଲା। ଟିଭି ଧାରାବାହିକ ବାଳିକା ବଧୂରୁ ସେ ଲୋକପ୍ରିୟ ହୋଇଥିଲେ।

Leave A Reply

Your email address will not be published.