ହୋଟେଲର ପାର୍କିଂ ସ୍ଥଳରେ ଅଗ୍ନିକାଣ୍ଡ

0

ସମ୍ବଲପୁର : ସମ୍ବଲପୁରର ଏକ ହୋଟେଲର ପାର୍କିଂ ସ୍ଥଳରେ ଅଗ୍ନିକାଣ୍ଡ । ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବାହିନୀ କର୍ମଚାରୀ । ସମ୍ବଲପୁର ଲକ୍ଷ୍ମୀ ଟକିଜ୍ ନିକଟସ୍ଥ ଶୁଭମ୍ ହୋଟେଲର ପାର୍କିଂ ସ୍ଥଳରେ ହଠାତ୍ ନିଆଁ ଲାଗିଯାଇଥିଲା । ତେବେ ଖବର ପାଇ ଅଗ୍ନିଶମ ବାହିନୀ ପକ୍ଷରୁ ୨ଟି ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଛି ।

ତେବେ ଏଥିରେ ପାର୍କିଂ ସ୍ଥଳର ପେନାଲ ପୋଡି ନଷ୍ଟ ହୋଇଥିବାବେଳେ ଗାଡି ସବୁ ସୁରକ୍ଷିତ ଅଛି । ତେବେ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.