ହାଇଦ୍ରାବାଦରେ ମର୍ମନ୍ତୁଦ ଦୁର୍ଘଟଣା, ରାସ୍ତାରେ ଗୋଲ୍ ଗୋଲ୍ ବୁଲି ଛିଟ୍‌କି ପଡିଲା ଅଟୋ

0

ଭୁବନେଶ୍ଵର,  : ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ମର୍ମନ୍ତୁଦ ଦୁର୍ଘଟଣା। ସିସିଟିଭି ଭିଜୁଆଲରେ କଏଦ ହେଲା ଦୁର୍ଘଟଣା ବେଳର ଲାଇଭ୍ ଭିଡିଓ। ଏକ ଅଟୋକୁ ପଛପଟୁ ଧକ୍କା ଦେଲା ଦ୍ରୁତ ଗତିରେ ଆସୁଥିବା ଅଡି କାର୍। ଦୁର୍ଘଟଣା ଏତେ ଜୋରଦାର ଥିଲା ଯେ, ଅଡି କାର୍‌ଟି ଅଠୋକୁ ଧକ୍କା ଦେବା କ୍ଷଣି ଅଟୋଟି ରାସ୍ତାରେ ଗୋଲ୍ ଗୋଲ୍ ବୁଲି ଛିଟ୍‌କି ପଡିଥିଲା। ତେବେ ଏହି ଦୁର୍ଘଟଣାରେ ଅଟୋ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ପୋଲିସ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛି।

 

ସୂଚନାନୁଯାୟୀ, ୨୭ ଜୁନ୍ ସକାଳ ୫ଟା ୩୦ ସମୟରେ ସୁଜିତ ନାମକ ଜଣେ ବ୍ୟକ୍ତି ତାଙ୍କ ବନ୍ଧୁ ଆଶିଷଙ୍କ ସହ କୌଣସି ପାର୍ଟିରୁ ଫେରୁଥିଲେ। ସୁଜିତ ଏବଂ ଆଶିଷ ମଦ୍ୟପାନ କରିଥିଲେ। ସୁଜିତ୍ ତୀବ୍ର ଗତିରେ ଗାଡି ଚଳାଉଥିଲେ। ଇନଅର୍ବିଟ୍ ମଲ୍ ନିକଟରେ କାରଟି ଏକ ଅଟୋକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଜୋରଦାର ଥିଲା ଯେ, ଅଟୋଟି ରାସ୍ତାରେ ଗୋଲ୍ ଗୋଲ୍ ବୁଲି ଛିଟ୍‌କି ପଡିଥିଲା। ଫଳରେ ଅଟୋ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି।

ଦୁର୍ଘଟଣା ଘଟାଇ ସୁଜିତ ଏବଂ ଆଶିଷ ଦୁର୍ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ହେଲେ କିଛି ଦୂରରେ କାର୍ ଖରାପ ହେବା କାରଣରୁ ସେ ଅଟକିଥିଲେ। ସେଠାରେ ସେମାନେ ଗାଡିର ନମ୍ବର ପ୍ଲେଟ୍ ବଦଳାଇ ସେଠାରୁ ଫେରାର ହୋଇଯାଇଥିଲେ। ଏହାପର ଦିନ ସୁଜିତଙ୍କ ପିତା ରଘୁନନ୍ଦନ ରେଡି ଜଣେ ଡ୍ରାଇଭର ସହ ଯାଇ ଥାନାରେ ପହଞ୍ଚିଥିଲେ ଓ ତାଙ୍କର ଦୁର୍ଘଟଣା ହୋଇଛି ବୋଲି କହିଥିଲେ। ଫଳରେ ପୋଲିସ ସିସିଟିଭ୍ ଚେକ୍ କରିଥିଲା। ଏହାପରେ ସବୁ ସତ କଥା ଧରା ପଡିଥିଲା। ଏହା ପରେ ମିଥ୍ୟା କହିବା ଅଭିଯୋଗରେ ପୋଲିସ ରଘୁନନ୍ଦନ ରେଡି ଓ ସୁଜିତ ଆଶିଷଙ୍କୁ ଗିରଫ କରିଛି।

Leave A Reply

Your email address will not be published.