ଇଣ୍ଡିଗୋ ଯାତ୍ରୀଙ୍କ ପାଇଁ ଦେଇଛି ବଡ ଖୁସି ଖବର:ଭ୍ୟାକସିନ୍ ନେଇଥିବା ଲୋକଙ୍କୁ ଟିକେଟ ବୁକିଂରେ ମିଳୁଛି ରିହାତି

0

ନୂଆଦିଲ୍ଲୀ: ସାରାଦେଶରେ ବ୍ୟାପିଥିବା କରୋନା ସଂକ୍ରମଣ ଭିତରେ ଇଣ୍ଡିଗୋ ନିଜର ଯାତ୍ରୀଙ୍କ ପାଇଁ ଦେଇଛି ବଡ ଖୁସି ଖବର। ତାହା ହେଲା ଆଜିଠାରୁ ଇଣ୍ଡିଗୋ Vaxi Fareସ୍କିମ ତିଆରି କରୁଛି। ଏହି ସ୍କିମ ଅନୁସାରେ, କମ୍ପାନୀ ଭ୍ୟାକସିନ୍ ନେଇଥିବା ଯାତ୍ରୀଙ୍କ ପାଇଁ କିଛି ଅର୍ଥ ଛାଡ କରୁଛି। କମ୍ପାନୀର କହିବା ଅନୁସାରେ, ଯେଉଁ ଯାତ୍ରୀମାନେ ଭ୍ୟାକସିନ୍ ନେଇଛନ୍ତି ସେମାନେ ସବୁ ରୁଟ୍‌​‌ରେ ଯାତ୍ରା କରପାରିବେ। ତାଙ୍କୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ଅର୍ଥ ଛାଡ କରାଯିବ।

ଇଣ୍ଡିଗୋ ଟୁଇଟ୍ କରି ଏହି ଅଫର ବିଷୟରେ ସୂଚନା ଦେଇଛି।  କମ୍ପାନୀ କହିଛି , ଏହାର ଲାଭ କେବଳ ସେହି ଯାତ୍ରୀଙ୍କୁ ମିଳିବ ଯେଉଁମାନେ ଅତି କମରେ ଭ୍ୟାକସିନ୍‌ର ପ୍ରଥମ ଡୋଜ୍ ନେଇସାରିଛନ୍ତି। ଏହାଛଡା ଆପଣଙ୍କ ପାଖରେ ଭ୍ୟାକସିନେସନ୍ ସାର୍ଟିଫିକେଟ୍ ରହିବା ମଧ୍ୟ ଜରୁରୀ। ଯଦି କେହି ମିଛ କହି ଏହି ସ୍କିମ୍‌ର ଲାଭ ନିଅନ୍ତ ତେବେ ଚେକ୍-ଇନ୍ କାଉଣ୍ଟରରେ ଧରାପଡିବା ରେ ବକେୟା ଟଙ୍କା ଓ ଚେଞ୍ଜ ଫି’ ଜମା କରିବାକୁ ପଡିପାରେ। ଏହାଛଡା ଟିକେଟ ବୁକିଂ ଇଣ୍ଡିଗୋର ଓ୍ବେବସାଇଟ୍‌ରୁ ଜରୁରୀ।

ବିମାନ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଛାଡ କରାଯାଇଥିବା ଆଧାର(ବେସ୍) ଶୁଲ୍କ ଉପରେ ଦିଆଯିବ ଓ ଏହାଛଡା କେବଳ ସୀମିତ ବର୍ଗରେ ଉପଲବ୍ଧ ରହିଛି।  କୁହାଯାଇଛି ଯେ, ଏହି ଛାଡ ଟୀକାକରଣ କରିସାରିଥିବା ୧୮ ବର୍ଷ ଓ ତା’ଠାରୁ ଅଧିକ ବୟସର ସେହି ଲୋକଙ୍କ ପାଇଁ ଉପଲବ୍ଧ , ଯେଉଁମାନେ ବୁକିଂ କରିବା ସୟରେ ଭାରତରେ ଥିବେ ଓ ସେମାନେ ଦେଶରେ କରୋନାର ଅତି କମ୍‌ରେ ଗୋଟିଏ ଡୋଜ୍‌ ନେଇଥିବେ। ଯେଉଁ ଯାତ୍ରୀଙ୍କୁ ବୁକିଂ ସମୟରେ ଛାଡ ମିଳିଛି, ସେମାନଙ୍କୁ ବିମାନବନ୍ଦରର ଚେକ୍-ଇନ୍ କାଉଣ୍ଟର ସହିତ ବୋର୍ଡିଂ ଗେଟ୍‌ରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ବାରା ଜାରି କରୋନା ଟୀକାକରଣର ଏକ ବୈଧ ପ୍ରମାଣପତ୍ର ଦେଖାଇବାକୁ ପଡିବ।

Leave A Reply

Your email address will not be published.