ଇନଫର୍ମର ସନ୍ଦେହରେ ଗ୍ରାମରଖିକୁ ହତ୍ୟା

0

ମୁନିଗୁଡା : ରାୟଗଡା ମୁନିଗୁଡାରେ ମାତିଲେ ମାଓବାଦି । ଅମ୍ବାଦଳା ଥାନା ଅନ୍ତର୍ଗତ ଟିକରପଡା ଗା ନିକଟରେ ଗତ ରାତିରେ ଇନଫରମର ସନ୍ଦେହ ରେ ଜଣେ ଗ୍ରାମରଖିକୁ ହତ୍ୟାକରିଛନ୍ତି ମାଓବାଦୀ । ଇନଫର୍ମର ସନ୍ଦେହରେ ଗ୍ରାମରକ୍ଷୀଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଟିକରପଡା ଗାଁ ନିକଟରୁ ମିଳିଛି ମୃତଦେହ ।

ମୃତ ଗ୍ରାମରକ୍ଷୀ ହେଉଛନ୍ତି ସନ୍ତୋଷ ଦଣ୍ଡସେନା । ହତ୍ୟାପରେ ମୃତଦେହ ନିକଟରେ ପୋଷ୍ଟର ମଧ୍ୟ ଛାଡି ଯାଇଛନ୍ତି । ବାଂଶଧାରା ଘୁମୁସର ନାଗାବଳି ଡିଭିଜିନାଲ କମିଟି ତରଫରୁ ଏହି ପୋଷ୍ଟର ରେ ଲେଖାଯାଇଛି ଯେ ଆଗରୁ ସନ୍ତୋଷକୁ ବହୁବାର ତାଗିଦ୍ କରାଯାଇଥିଲା । ତଥାପି ସନ୍ତୋଷ ଇନଫରମର ସାଜିଥିଲେ ଓ ଅଞ୍ଚଳର କିଛି ଜୁବକଙ୍କୁ ଟଙ୍କା ଲୋଭ ଦେଖାଇ ଇନଫରମର ତିଆରି କରିବାରେ ମୁଖ୍ୟ ଭୁମିକା ସାଜିଥିଲେ ।

ତେଣୁକରି ସନ୍ତୋଷ ହତ୍ୟା କରାଯାଇଛି ବୋଲି କୁହାଯଇଛି । ଅନ୍ୟମାନେ ଯଦି କ୍ଷମା ନ ମାଗନ୍ତି ସେମାନଙ୍କୁ ମଧ୍ୟ ସନ୍ତୋଷ ଭଳି ଶାସ୍ତି ଦିଆଯିବ ବୋଲି ପୋଷ୍ଟରରେ ଉଲେଖ ରହିଛି । ଗତକାଲି ରାତି ପ୍ରାୟ ୧୦ଟାରେ ମାଓବାଦୀମାନେ ଆସି ସନ୍ତୋଷକୁ ଡାକିନେଇ ଗାଠୁ ୫୦ ମିଟର ଦୁରରେ ହତ୍ୟା କରିଥିବା ଜଣାପଡିଛି ।

Leave A Reply

Your email address will not be published.