ଆଇପିଏଲ-୨୦୨୨ରେ ଖେଳିବେ ୧୦ ଟିମ୍

0

ନୂଆଦିଲ୍ଲୀ :  ଆଇପିଏଲ-୨୦୨୨ରେ ୧୦ଟି ଟିମ୍ ଭାଗ ନେବେ । ଏଥିପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ୍ ବୋର୍ଡ ମେ ମାସରେ ନିଲାମ ପ୍ରକ୍ରିୟା କରିବ ବୋଲି ସୂଚନା ମିଳିଛି । ଆଇପିଏଲ ୨୦୨୧ ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଯିବ ।

ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ସମ୍ପାଦକ ଜୟ ଶାହଙ୍କ ସହ ବିସିସିଆଇର ଶୀର୍ଷ ଅଧିକାରୀ ଶନିବାର ଆଇପିଏଲର ବିଭିନ୍ନ ନୀତି ଉପରେ ଆଲୋଚନା କରିଥିଲେ । ଏଥିପାଇଁ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ଅନୁମୋଦିତ ନୀତି ଉପରେ ସମୀକ୍ଷା କରାଯାଇଥିଲା ।

ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ, ଆସନ୍ତା ବର୍ଷ ଆଇପିଏଲରେ ୧୦ଟି ଟିମ୍ ଖେଳିବେ । ମେ ମାସରେ ଫ୍ରାଞ୍ଚାଇଜ୍ ନିଲାମୀ ପ୍ରକ୍ରିୟା ଅନୁଷ୍ଠିତ ହେବ । ଏହାସହ ଅନ୍ୟ ସମସ୍ତ ପ୍ରସଙ୍ଗକୁ ଅନ୍ତିମ ରୂପ ଦିଆଯାଇପାରେ । ନୂଆ ଟିମ୍ ନେଇ ନିଷ୍ପତ୍ତି ହେବା ପରେ ପରିଚାଳନା କାର୍ଯ୍ୟ ଆରମ୍ଭ ହୋଇଯିବ । ଏଥିପାଇଁ ବହୁତ ସମୟ ଲାଗିଥାଏ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.