ଇସ୍କନ ମନ୍ଦିର ନିକଟ ଓଭରବ୍ରିଜ ଉପରେ ଦୁର୍ଘଟଣା

0

ଭୁବନେଶ୍ବର : ଇସ୍କନ ମନ୍ଦିର ନିକଟ ଓଭରବ୍ରିଜ ଉପରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ୨ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।ଘଟଣାସ୍ଥଳରେ ନୟାପଲ୍ଲୀ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।ଖବର ଅନୁଯାୟୀ, ନୟାପଲ୍ଲୀ ଇସ୍କନ ମନ୍ଦିର ନିକଟରେ ଏକ ପିକ୍‌ଅପ୍‌ ଭ୍ୟାନ୍‌କୁ ବାଲି ବୋଝେଇ ହାଇଓ୍ୱା ଧକ୍କା ଦେଇଥିଲା । ଯାହାଫଳରେ ପିକ୍‌ଅପ୍‌ ଭ୍ୟାନ୍‌ ଡ୍ରାଇଭର ଓ ସେଠାରେ କାମ କରୁଥିବା ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି । ସେମାନଙ୍କୁ ସେଠାରୁ ଉଦ୍ଦାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ସଂପର୍କରେ ଖବର ନୟାପଲ୍ଲୀ ଥାନା ପୋଲିସ ପହଞ୍ଚି ଉଦ୍ଧାର କାମ ଜାରି ରଖିଛି । 

Leave A Reply

Your email address will not be published.