ଯବାନ କହି ଲୁଟିବାକୁ ପ୍ରୟାସ, ଠକେଇରୁ ବର୍ତ୍ତିଗଲେ ବ୍ୟବସାୟୀ

0

ଭଦ୍ରକ : ଠକେଇର ନୂଆ ଫଣ୍ଡା । ପ୍ରଥମେ ନିଜକୁ ଭାରତୀୟ ସେନାର ଯବାନ କହୁଛନ୍ତି, କିଛି ନକଲି ପ୍ରମାଣପତ୍ର ସାଙ୍ଗକୁ ନକଲି ଆଧାରକାର୍ଡ ମଧ୍ୟ ପଠାଉଛନ୍ତି । ପୁଣି ଲିଙ୍କ୍ ପରେ ଲିଙ୍କ୍ ଆସୁଛି, ଆଉ କହୁଛନ୍ତି ଯେ ଲିଙ୍କ୍ କ୍ଲିକ୍ କରି ପିନ୍ ଦିଅନ୍ତୁ । ଭାରତୀୟ ସେନା କିଛି ସାମଗ୍ରୀ କିଣିବା ପୂର୍ବରୁ ଟଙ୍କା ନେଣଦେଣକୁ ବ୍ୟବସ୍ଥିତ କରିଥାଏ ସେଥିପାଇଁ ପ୍ରଥମେ ଟଙ୍କା ଟ୍ରାନ୍ସଫର ହେଉଛି କି ନାହିଁ ଯାଞ୍ଚ କରୁଛୁ । କିନ୍ତୁ ଏହା କୌଣସି ଭାରତୀୟ ସେନାର ଯବାନଙ୍କ କାମ ନୁହେଁ, ଏହା ହେଉଛି ସାଇବର ଲୁଟେରାଙ୍କ ଭିନ୍ନ ରୂପ ।

 

ଏମିତି ସ୍ଥିତିର ସାମ୍ନା କରିଛନ୍ତି ଭଦ୍ରକ ଜିଲ୍ଲାର ଜଣେ ବ୍ୟବସାୟୀ । ଏମିତି କି ନିଜ ବୁଦ୍ଧି ପାଇଁ ଠକେଇରୁ ବଞ୍ଚି ଯାଇଛନ୍ତି । ପରେ ଆଶ୍ଚର୍ଯ୍ୟ ହୋଇଛନ୍ତି ଯେ ଜଣେ ସେନା କର୍ମଚାରୀ କେମିତି ଠକି ପାରିବେ । କିନ୍ତୁ ପରେ ଜାଣିଛନ୍ତି ଯେ ସେନା କର୍ମଚାରୀଙ୍କ ନାମରେ ସାଇବର ଲୁଟେରା ତାଙ୍କୁ ଟାର୍ଗେଟ କରିଛନ୍ତି । ଏନେଇ ବ୍ୟବସାୟୀ ଜଣଙ୍କ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଲିଖିତ ଏତଲା ମଧ୍ୟ କରିଛନ୍ତି ।

Leave A Reply

Your email address will not be published.