ଯବାନଙ୍କ ଉପରକୁ ଆତଙ୍କବାଦୀଙ୍କ ଗ୍ରେନେଡ଼ ହମଲା

0

ଶ୍ରୀନଗର  : ଉତ୍ତର କାଶ୍ମୀରର ସୋପୋର ଅଞ୍ଚଳରେ ଆତଙ୍କବାଦୀ ସିଆରପିଏଫ ଯବାନଙ୍କ ଉପରକୁ ଗ୍ରେନେଡ ହମଲା କରିଛନ୍ତି। ଏହି ହମଲାରେ ତିନି ଜଣ ସିଆରପିଏଫ ଯବାନ ଏବଂ ଜାମ୍ମୁ କାଶ୍ମୀରର ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି। ହମଲା ପରେ ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହା ସହ ଏହି ଅଞ୍ଚଳକୁ ଘେରାଉ କରାଯାଇଛି ଏବଂ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି।

Leave A Reply

Your email address will not be published.